ଆଜିକା ଦିନରେ ନିଶାସେବନ ଯୋଗୁଁ ସମାଜରେ ଅନେକ ଭୟଙ୍କର ଘଟଣା ଘଟିଯାଉଛି। ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବର୍ବର କାଣ୍ଡ ଘଟାଉଛି। ଏଭଳି କିଛି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ସିଲେରୁ ଗାଁରେ।
ଭିଣୋଇର ବର୍ବରକାଣ୍ଡ। ନିଶାସକ୍ତ ଅବସ୍ଥାରେ ୩ ଶଳାଙ୍କୁ ହତ୍ୟା କରିଛି ସୈତାନ ଭିଣୋଇ। ମୃତକ ହେଲେ ମାଲକାନଗିରି ଚିତ୍ରକୋଣ୍ଡା ଥାନା କୁପାଗୁଡ଼ା ଗାଁର ରାଜୁ ଖେମୁଡୂ, କୁଞ୍ଜ ଖେମୁଡୁ ଏବଂ କ୍ରିଷ୍ଣା ଖେମୁଡୁ। ରବିବାର ଦିନ ନିଜ ଭଉଣୀ ଘରକୁ ଶବ ଦାହ କାର୍ଯ୍ୟରେ ଯୋଗଦେବା ପାଇଁ ଆନ୍ଧ୍ରପ୍ରଦେଶ ସିଲେରୁ ଯାଇଥିଲେ ୩ ଭାଇ। ସେଠାରେ ଭିଣୋଇ ଓ ଶଳାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା। ଏଥିରେ ଭିଣୋଇ ମୁଣ୍ଡକୁ ପିତ ଚଢି ଯାଇଥିଲା। ରାତିରେ ସମସ୍ତେ ଶୋଇଥିବାବେଳେ ୩ ଶଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ଆକ୍ରମଣ କରିଥିଲା ଅଭିଯୁକ୍ତ ଭିଣୋଇ। କ୍ରୀଷ୍ଣା ଏବଂ କୁଞ୍ଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଖେମୁଡୁକୁ ଗୁରୁତର ଅବସ୍ଥାରେ ବିଶାଖାପାଟଣାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
Leave a Reply