ଉତ୍ସବମୁଖର ସମ୍ବଲପୁର ସହର । କାଲି ସରିଛି ପତରପେଣ୍ଡି ବା ନିର୍ବନ୍ଧ ଉତ୍ସବ । ଆଜି ଦେବ ବିବାହ । ସେଥିପାଇଁ ବିଭିନ୍ନ ପଡ଼ାରୁ କନ୍ୟା ପିତାମାତାଙ୍କ ନିକଟରେ ମଉଳା ଭାର ପହଞ୍ଚିଛି । ତେବେ ସମ୍ବଲପୁର ଭଳି ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ବିବାହ ପାଳନ କରାଯାଉଥିବା ବେଳେ କେବଳ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଗତକାଲି ଶିବବିବାହ ପାଳନ କରାଯାଇଥିଲା । ଏଥିପାଇଁ ଜନସାଧାରଣ ଓ ଭକ୍ତମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ତେବେ ବିବାହ ପାଇଁ ଉଭୟ ପଞ୍ଚମୀ ଓ ଷଷ୍ଠୀ ତିଥି ଶୁଭ । ତେଣୁ ଶିବବିବାହର ପ୍ରାରମ୍ଭିକ କାର୍ଯ୍ୟ ପଞ୍ଚମୀରୁ ଆରମ୍ଭ ହୋଇ ଷଷ୍ଠୀରେ ବି ଚାଲିପାରିବ ବୋଲି କୁହାଯାଉଛି । ।
ଆଜି ବିଳମ୍ବିତ ରାତିରେ ଜଗତ ଜନନୀ ମା ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଲାଣି ସମଗ୍ର ସମ୍ବଲପୁର ସହର । ଆଜି ପ୍ରଥମେ ଗଣ୍ଠାଳ ଫିଟା କାର୍ଯ୍ୟକ୍ରମ ପରେ ଚଳିତ ବର୍ଷର କନ୍ୟା ପିତାମାତା ମନ୍ଦିର ଆସି ମା ପାର୍ବତୀଙ୍କୁ ଘରକୁ ନେବେ । ଏହାପରେ କନ୍ୟା ପିତା ମାତାଙ୍କ ଘରେ ଜମିବ ତେଲ ହଳଦୀ କାର୍ଯ୍ୟକ୍ରମ । ତାପରେ ଆରମ୍ଭ ହେବ ଉତ୍ସବର ପରିବେଶ । ହଜାର ହଜାର କଳାକାରଙ୍କ ଭିଡ଼ରେ ପ୍ରକମ୍ପିତ ହେବ ସମ୍ବଲପୁର ସହର ।
Leave a Reply