ବର୍ଷା ଆଣିପାରେ ଆଶ୍ୱସ୍ତି । ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲା ଗୁଡିକରେ ବିଜୁଳି ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ସମୁଦ୍ର ପତନ ଠାରୁ ୯ କିଲୋମିଟର ଉଚ୍ଚରେ ଏକ ଟ୍ରପ ଲାଇନ ରହିଥିବାରୁ ଏହାର ପ୍ରଭାବରେ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଏହାସହ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୨ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି କାଳବୈଶାଖୀ ବର୍ଷାକୁ ନେଇ ୧୧ ଜିଲ୍ଲା କେନ୍ଦୁଝର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ନୂଆପଡା, କୋରାପୁଟ, ମାଲକାନଗିରି, ରାୟଗଡା, ଗଂଜାମ ଓ ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ବିଜୁଳି ଘଡଘଡି ଓ ହାଲୁକା ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଓଡ଼ିଶାର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୪ ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦାକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥନରେ ପ୍ରାୟ ଦୁଇ ତିନି ଡିଗ୍ରୀ ସେଲସିୟସ ହ୍ରାସ ପାଇଛି l












Leave a Reply