ସଂସଦରେ ଶୋଭା ପାଇବ ରଥଚକ । ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଚକ ସଂସଦରେ ଶୋଭାମଣ୍ଡନ କରିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ଏନେଇ ରହିଥିବା ସରକାରୀ ପ୍ରକ୍ରିୟା ଶେଷ ହେବା ପରେ ରଥଚକ ଯିବା ବ୍ୟବସ୍ଥା ହେବ । ଏହା ଅତ୍ୟନ୍ତ ସୌଭାଗ୍ୟର କଥା ବୋଲି କହିଛନ୍ତି ଅରବିନ୍ଦ ପାଢୀ । ଗତକାଲି ପୁରୀ ଗସ୍ତ କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନେକ ମନ୍ତ୍ରୀ ଓ ସାଂସଦ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
ସଂସଦରେ ଶୋଭା ପାଇବ ତିନି ଦିଅଁଙ୍କର ରଥର ଚକ ।












Leave a Reply