ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଗଣ ଦୁଷ୍କର୍ମ ଅଭିଯୋଗ; ୪ ଯୁବକଙ୍କୁ ଉଠାଇ ଆଣି ଜେରା କରୁଛି ପୁଲିସ୍ ।

କେନ୍ଦ୍ରାପଡ଼ା ରାଜନଗରରେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣ ଦୁଷ୍କର୍ମ ଅଭିଯୋଗ । ରାଜନଗର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ରାକ୍ଷୀ ପୁର୍ଣିମାରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସମ୍ପର୍କୀୟ ପିଉସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଯୁବକଙ୍କୁ ଉଠାଇ ଆଣି ଜେରା କରୁଛି ରାଜନଗର ପୁଲିସ୍   । 

ସୂଚନା ଅନୁସାରେ, ରାକ୍ଷୀ ପୁର୍ଣିମା ଦିନ ସମ୍ପର୍କୀୟ ପିଇସା ଛାତ୍ରୀଙ୍କୁ ନେଇ ଭାଲୁକୁଣି ମୂର୍ତ୍ତି କିଣିବାକୁ ମୋଟର ସାଇକେଲରେ ଔପଦା ଯାଇଥିଲେ । ମୂର୍ତ୍ତି ଆଣିବାକୁ ଡାକି ପ୍ରଥମେ ଗର୍ଜନପୁର-ଗୋସିଗାଁ ରାସ୍ତାରେ ଥିବା ପମ୍ପ ହାଉସ ଘର ଓ ପରେ କୁନ୍ଦୁପୁର ଗ୍ରୀଡ଼ ଥିବା ନିଛାଟିଆ ରାସ୍ତାକୁ ନେଇ ଯାଇଥିଲେ। ସେଠାରେ ପିଉସା ନାବାଳିକା ସହିତ ଦୁଷ୍କର୍ମ କରୁଥିବାବେଳେ, ସେଠାରେ ମଦ ପିଉଥିବା ଅନ୍ୟ ଯୁବକମାନେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ ପୀଡିତା ନିଜ ଘରେ ଜଣାଇଥିଲେ ।

ପିଇସାର ଘଟଣାରେ ସମ୍ପୃକ୍ତି ଥିବାରୁ କିଛି ଲୋକ ଏହାକୁ ସମାଧାନ ପାଇଁ ଉଦ୍ୟମ କରିଥିଲେ। ଦୁଇ ଦିନ ଧରି ଉଦ୍ୟମ ହୋଇଥିଲେ ମଧ୍ୟ ସମାଧାନ ହୋଇ ପାରିନଥିଲା । ଫଳରେ ଗତକାଲି ବିଳମ୍ବିତ ରାତିରେ ରାଜନଗର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଦୁଷ୍କର୍ମକାରୀ ପୀଡିତାଙ୍କ ଫଟୋ ଓ ଭିଡିଓ କରି ଭାଇରଲ କରିଥିବା ସୂଚନା ବି ମିଳିଛି। ଘଟଣାରେ ପୁଲିସ ସମ୍ପର୍କୀୟ ପିଇସାଙ୍କ ସମେତ ଅନ୍ୟ ୪ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial