ଗାଁରେ ପଶିଲା ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ, ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଓ ସ୍କୁଲ୍ ବନ୍ଦ ।

ଗାଁରେ ପଶିଲା ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ । ରାଜଘାଟଠାରେ ୧୦.୮୫ ମି.ରେ ସୁବର୍ଣ୍ଣରେଖାର ବନ୍ୟାଜଳ ପ୍ରବାହିତ । ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳ ପ୍ରଭାବିତ । ପାଣିଘେରରେ ୫ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ । ବାଲିଆପାଳ-ଭୋଗରାଇ-ରସଲପୁର ରାସ୍ତାରେ ଯୋଗାଯୋଗ ବିଛିନ୍ନ । ଧାମନଗରରେ ବନ୍ୟା, ୨ ଦିନ ସ୍କୁଲ୍ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ । ହସନାବାଦ ଓ ଅର୍ଜୁନପୁର ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି । ଅର୍ଜୁନପୁର, ହସନାବାଦ, ସୋହଡା ଓ ପଧାନୀ ଅଞ୍ଚଳର ୨୫ ସ୍କୁଲ୍ ବନ୍ଦ ।

ଆଖୁଆପଦା ଠାରେ ୧୮.୮୬ ମି. ଉପରେ ବୈତରଣୀ ନଦୀର ବନ୍ୟାଜଳ । ଭଣ୍ଡାରିପୋଖରୀର କଣ୍ଟିଘାଇ ନିକଟରେ ଚାଷ ଜମିରେ ପଶୁଛି ବନ୍ୟା ଜଳ । ଧାମନଗର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସ୍‌କେପ୍ ଦେଇ ବନ୍ୟା ଜଳ ପ୍ରବେଶ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବ୍ରାହ୍ମଣୀ ନଦୀରେ ବନ୍ୟା । ଜାଙ୍ଗଳା ନିକଟ ସିଆ ଜୋର ବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚର ପାଣି । ଜାଙ୍ଗଳା, ଯାକେଇକେଲା ଓ ଲଲେଇ ଅଞ୍ଚଳ ପ୍ରଭାବିତ । ଯାତାୟତ ଠପ୍, ଏକର ଏକର ଧାନ ଜମିରେ ପଶିଲା ପାଣି । ବୈତରଣୀର ଶାଖା କାଣୀ ନଦୀରେ ୨୦ ଫୁଟ୍ ଘାଇ । ଅହିୟାସ ବଜାର କସ୍‌ପା ପଞ୍ଚାୟତ ଦରଘା ନିକଟରେ ଘାଇ । ଦଶରଥପୁର ବ୍ଲକର ୪ଟି ପଞ୍ଚାୟତ ଘାଇ ଦ୍ୱାରା ପ୍ରଭାବିତ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial