ଅକ୍ଷର ବ୍ୟୁରୋ: ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡ଼ା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ କମିଶନର । ଦରଘା ବଜାର ଓ କଦମ ରସୁଲରେ ପୋଲିସର ଫ୍ଲାଗମାର୍ଚ୍ଚ । କଟକ ସହର ସାରା ପୋଲିସ ମୁତୟନ ଅଛନ୍ତି, ସ୍ଥିତି ସ୍ୱାଭାବିକ ଅଛି। ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତ ତଥ୍ୟ ରଖୁଛନ୍ତି, ଭାଇରାଲ କରୁଛନ୍ତି । ଏଥିରୁ କ୍ଷାନ୍ତ ରୁହନ୍ତୁ, ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୋସିଆଲ୍ ମିଡିଆରେ କୌଣସି ପ୍ରକାରର ସାମ୍ପ୍ରଦାୟିକ ପୋଷ୍ଟ କିମ୍ବା ଉତ୍ତେଜନା ସୃଷ୍ଟି ଉଦ୍ୟମ କରୁଥିଲେ ସାବଧାନ । ସୋସିଆଲ୍ ମିଡିଆ ସ୍କାନ୍ କରୁଛନ୍ତି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ । ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟିକାରୀଙ୍କୁ ପୁଲିସ କମିଶନର ଏସ୍. ଦେବଦତ୍ତ ସିଂହଙ୍କ କଡ଼ା ଚେତାବନୀ । ସେ କହିଛନ୍ତି ଯେ, ହଜାର ହଜାର ଆକାଉଣ୍ଟ ଉପରେ ପୁଲିସର ନଜର ରହିଛି । ଏଭଳି ବିଷୟ ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ସ୍ଥଳେ ଦେଶଦ୍ରୋହ ମାମଲା ରୁଜୁ କରାଯିବ । ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି । ଶୁକ୍ରବାର ଦରଘା ବଜାର ଓ କଦମ ରସୁଲରେ ପୁଲିସ ଫ୍ଲାଗମାର୍ଚ୍ଚ କରିଛି । କଟକ ସହର ସାରା ପୁଲିସ ଫୋର୍ସ ମୁତୟନ ଅଛନ୍ତି, ଏବେ ସ୍ଥିତି ସ୍ୱାଭାବିକ ଅଛି ।
ଅପର ପକ୍ଷରେ କଟକ ସହରରେ ଆଜି କୌଣସି ପ୍ରକାରର ଶୋଭାଯାତ୍ରା ହେଉନାହିଁ । ତେଣୁ କୌଣସି ପ୍ରକାର ଗୁଜବକୁ ନେଇ ବିଶ୍ୱାସ ନକରିବାକୁ ପୁଲିସ କମିଶନର ପରାମର୍ଶ ଦେଇଛନ୍ତି । ଗୁଜବ ସୃଷ୍ଟିକଲେ କ୍ୟାରିଅର ଖରାଫ ହେବ, ଏବଂ ଗୁଜବକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ପୁଣିଥରେ ଚେତାଇ ଦେଇଛନ୍ତି ସିପି । କଟକ ହିଂସା ଘଟଣାରେ ବର୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି । ପ୍ରଥମ ଦିନରେ ୬ ଜଣ ଏବଂ ଆଜି ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଆପତ୍ତିଜନକ ପୋଷ୍ଟ ପାଇଁ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ରାଲି ପାଇଁ ଅନୁମତି ନଦେବାରୁ ହିଂସା ଘଟାଇଥିବା ୨୦ ଜଣ ଗିରଫ ହୋଇଛନ୍ତି । ପାଖାପାଖି ୩୦୦ରୁ ଊର୍ଦ୍ଧ୍ୱ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇ ଦିଆଯାଇଛି ।












Leave a Reply