ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର ।

ଅକ୍ଷର ବ୍ୟୁରୋ: ରୋଗୀଙ୍କୁ ପୁଷ୍ଟିକର ଓ ସ୍ୱାସ୍ଥ୍ୟଯୁକ୍ତ ଖାଦ୍ୟ ଦେବା ଲକ୍ଷ୍ୟରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ଇନ୍‌ଡୋର ୱାର୍ଡରେ ରୋଗୀଙ୍କ ଖର୍ଚ୍ଚ ବୃଦ୍ଧି କରାଯାଇଛି । ପୂର୍ବରୁ ଶଯ୍ୟା ପିଛା ୧୧୦ ଟଙ୍କା ଥିଲା ବେଳେ ଏବେ ସରକାର ଏହାକୁ ୧୨୭ ଟଙ୍କା ନିର୍ଦ୍ଧାରଣ କରିଛନ୍ତି । ଶିଶୁମାନଙ୍କର ଦୈନିକ ଖାଦ୍ୟ ପାଇଁ ପୂର୍ବରୁ ୯୫ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ୧୧୦ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ଉଚ୍ଚ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଇଁ ଯାହା ପୂର୍ବରୁ ୧୨୦ ଟଙ୍କା ଥିଲା, ତାହା ଏବେ ୧୩୮ ଟଙ୍କାକୁ ବୃଦ୍ଧି କରାଯାଇଛି । ଶୁଖିଲା ଖାଦ୍ୟ ପାଇଁ ୯୫ ଟଙ୍କା ସ୍ଥାନରେ ୧୧୦ ଟଙ୍କା କରାଯାଇଥିବା ବେଳେ ତରଳ ଖାଦ୍ୟ ପାଇଁ ୧୧୦ ଟଙ୍କା ପରିବର୍ତ୍ତେ ୧୨୭ ଟଙ୍କା କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial