ଡିଜେ ଗାଡ଼ି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ(STA)ର କଟକଣା । ମୂଳଢାଞ୍ଚାକୁ ବେଆଇନ ପରିବର୍ତ୍ତନ ବିରୋଧରେ ସର୍କୁଲାର ଜାରି । ଗାଡ଼ିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲ୍ଲଙ୍ଘନ କଲେ ହେବ ଆକ୍ସନ୍ । ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା । ଆଇନ ଅନୁଯାୟୀ ଜରିମାନା ସହ ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ ହେବ । ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ବେଆଇନ ବ୍ୟବହାର । ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ବି ଚେତାବନୀ । ଡିଜେ ଗାଡ଼ିର ଶବ୍ଦ, ଆଲୋକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦ । ଲୋକଙ୍କ ସୁରକ୍ଷା ପାଇଁ ଏହି ଅସୁରକ୍ଷିତ ଡିଜେ ଗାଡ଼ିକୁ ରୋକିବା ଆବଶ୍ୟକ । ପାର୍ବଣ ଋତୁରେ ଏଭଳି ବେଆଇନ ଯାନକୁ ବ୍ୟବହାର ନକରିବାକୁ ଅନୁରୋଧ । ଏଥିସହ ପୋଲିସ ବିଭାଗର ମଧ୍ୟ ସହଯୋଗ ଲୋଡ଼ିଲା STA । ସମସ୍ତ RTOଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା STA । ଡିଜେ ଗାଡ଼ି ଜବତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ।
ଡିଜେ ଗାଡ଼ି ପାଇଁ STAର କଟକଣା; ନିୟମ ଉଲ୍ଲଙ୍ଘନ କଲେ ଜରିମାନା ସହ ଫିଟନେସ୍ ରଦ୍ଦ ନେଇ ନିର୍ଦ୍ଦେଶ ।












Leave a Reply