ଆଗକୁ ଶ୍ରୀରାମ ନବମୀ ଆସୁଥିବାରୁ ଭଦ୍ରକରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରାଗଲାଣି । ପବିତ୍ର ଶ୍ରୀରାମ ନବମୀ ମହୋତ୍ସବକୁ ଭଦ୍ରକରେ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏ ନେଇ ଭଦ୍ରକ ଗସ୍ତରେ ସ୍ୱତନ୍ତ୍ର ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଓ ପୂର୍ବାଞ୍ଚଳ ଡ଼ିଆଇଜି ସତ୍ୟଜିତ ନାୟକ ପହଞ୍ଚି ସମୀକ୍ଷା କରିଥିଲେ। ତେବେ ଭଦ୍ରକରେ ଚଳିତ ବର୍ଷ ରାମ ନବମୀରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ, ୩ କମ୍ପାନୀ BSF, CRPF, RAF ନିୟୋଜିତ ହେବେ ବୋଲି ସ୍ଥିର କରାଯାଇଛି । ସେହିପରି ସମ୍ବେଦନଶୀଳ, ସ୍ଥାନ ଏବଂ ସୋସିଆଲ ମିଡ଼ିଆ ଗୁଜବ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଡିଆଇଜି ସତ୍ୟଜିତ ନାୟକ ସୂଚନା ଦେଇଥିଲେ । ସେହିପରି ଭାବେ ଷ୍ଟ୍ରାଇକିଙ୍ଗ ଫୋର୍ସ, ମୋବାଇଲ ଟିମ, ସାଧା ପୋଷାକ ଧାରୀ ଟିମ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବା ସହିତ ସିସିଟିଭି ସର୍ଭିଲାନ୍ସରେ ଏବଂ ଡ୍ରୋନ କ୍ୟାମେରାରେ ନଜର ରଖା ଯିବା ବୋଲି ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି ।
ଶ୍ରୀରାମ ନବମୀ ପାଇଁ ଭଦ୍ରକ ଜିଲ୍ଲାରେ ଏବେଠୁ ବ୍ୟାପକ ପ୍ରସ୍ତୁତି।












Leave a Reply