ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବାହାରିବ ସ୍ଵତନ୍ତ୍ର ଟ୍ରେନ । ଏଥିପାଇଁ ଭୁବନେଶ୍ୱରରେ ଷ୍ଟେସନରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରାରେ ଯିବେ । ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ପତକା ଦେଖାଇ ଏହାର ଶୁଭାରମ୍ଭ କରିବେ ।
ସୂଚନା ଅନୁଯାୟୀ, ଢେଙ୍କାନାଳରୁ ୧୦୮, ଜଗତସିଂହପୁରରୁ ୮୫, ପୁରୀରୁ ୧୨୭,କେନ୍ଦ୍ରାପଡ଼ାରୁ ୮୯, କଟକରୁ ୧୯୭ ଓ ଖୋର୍ଦ୍ଧାରୁ ୧୬୯ ଜଣ ଯାତ୍ରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ମୋଟ ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ସମେତ ସେମାନଙ୍କ ସହ ଯାଉଛନ୍ତି ୨୫ ଜଣ ସ୍କାଉଟ୍ ଗାଇଡ ।












Leave a Reply