ଗତ କିଛିଦିନ ତଳେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିହାର ଗସ୍ତ କରିଥିଲେ । ସେଠାରେ ସେ ବିହାରର ଦୁଇ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଏବଂ ସମ୍ରାଟ ଚୌଧୁରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାସହ ବିହାରର ପାଟନା ସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ବିଜ୍ଞାନ ସିଟି ଏବଂ ମହାକାଶ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବିଶ୍ୱସ୍ତରୀୟ ଭିତ୍ତିଭୂମୀ ସୃଷ୍ଟି କରି ବିଜ୍ଞାନର ପରିବର୍ତ୍ତିତ ଧାରା ସହିତ ଛାତ୍ରଛାତ୍ରୀ ଓ ମହାଶୂନ୍ୟ ଉଚ୍ଚାକାଂକ୍ଷୀଙ୍କ ସମ୍ପୃକ୍ତିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ୧୯୯୩ ମସିହାରେ ପ୍ରତିଷ୍ଠା ହୋଇଥିବା ଏସିଆ ମହାଦେଶର ଅନ୍ୟତମ ବୃହତ ପ୍ଲାନେଟାରିୟମ୍ ଇନ୍ଦିରା ଗାନ୍ଧୀ ତାରାମଣ୍ଡଳ ପ୍ଲାନେଟାରିୟମ୍ ପରିଦର୍ଶନ କରିଥିଲେ । ଏବଂ କତୃପକ୍ଷଙ୍କ ସହ ଗଣିତ ଜ୍ୟୋତିଷ, ମହାକାଶ ଓ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଚର୍ଚ୍ଚା କରିଥିଲେ ।
ସେଠାରୁ ସେ ପ୍ରଭାବିତ ହୋଇ ଆଧୁନିକ ପ୍ରଦର୍ଶନୀ, ନୀମଜ୍ଜିତ ଶିକ୍ଷଣ ସ୍ଥାନ ଏବଂ ଗବେଷଣା ସୁବିଧା ସହିତ ବୈଜ୍ଞାନିକ ଅଧୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ତଥା ବୈଜ୍ଞାନିକ ଅନୁସନ୍ଧିତ୍ସା, ଉଦ୍ଭାବନ ଓ ଶିକ୍ଷା ପାଇଁ ବିଶେଷ କରି ପୂର୍ବ ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ଭୁବନେଶ୍ୱର ଠାରେ ୧୦୦ ଏକର ପରିମିତ ଏରିଆରେ ଏକ ସାଇନ୍ସ ସିଟି ନିର୍ମାଣ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ ମୋହନ ସରକାର ଜମି ମଞ୍ଜୁର କରିଛନ୍ତି ବୋଲି ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯୋଗାଣ ମନ୍ତ୍ରୀ । ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, ସାଇନ୍ସ ସିଟି ନିର୍ମାଣ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯିବ । ଏବଂ ବିହାର ରାଜ୍ୟର ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଓଡିଶା ଡକାଯିବ । ଆବଶ୍ୟକ କ୍ରମେ ସେମାନଙ୍କ ପରାମର୍ଶ ମଧ୍ୟ ନିଆଯିବ ।












Leave a Reply