ଏସଏସଏମ୍‌ବି-୨୯ ର ସରିଛି ସୁଟିଂ; ଖାଲି ପଡିଛି ଦେଓମାଳୀ

ସାଉଥ୍ ସୁପରଷ୍ଟାର ଏବଂ ଡିରେକ୍ଟରଙ୍କ ମନ ଆକୃଷ୍ଟ କରୁଛି ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ। ସମସ୍ତଙ୍କ ଆଖି ଏବେ କୋରାପୁଟର ଦେଓମାଳୀ ଉପରେ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଲୋଭା ଦୃଶ୍ୟ ଫିଲ୍ମ ସୁଟିଂ ପାଇଁ ଉପଯୁକ୍ତ ସ୍ଥାନ ବୋଲି ଭାବିଛନ୍ତି ସାଉଥ୍ ସେନ୍ସେସନ ନିର୍ଦ୍ଦେଶକ ଏସ.ଏସ.ରାଜାମୌଲି। କୋରାପୁଟର ଦେଓମାଳୀରେ ଏବେ ନିର୍ଦ୍ଦେଶକ ଏସ.ଏସ.ରାଜାମୌଲି, ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବଂ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନଜର ଆସିଥିଲେ। ସାଉଥ୍ ଫିଲ୍ମ ଏସଏସଏମ୍‌ବି-୨୯ର ସୁଟିଂ ପାଇଁ ଓଡିଶା ଆସିଥିଲେ ସାଉଥ୍ ଷ୍ଟାର। ତେବେ ନିକଟରେ କାଲି ସରିଛି ବିଗ୍‌ ବଜେଟ୍‌ ଫିଲ୍ମର ସୁଟିଂ। କୋରାପୁଟର ତଳମାଳିରେ ହୋଇଛି ପ୍ୟାକ୍‌ ଅପ୍‌। ବ୍ଲକବଷ୍ଟର ଫିଲ୍ମ ବାହୁବଳୀ ଓ RRR ଭଳି ଅପକମିଂ ପ୍ରୋଜେକ୍ଟ ଏସଏସଏମ୍‌ବି-୨୯ର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ରାଜାମୌଲି। ତେବେ କାଲି ହିଁ ଫିଲ୍ମର ସୁଟିଂ ଶେଷ ହୋଇଛି। ଲାଇଟ, କ୍ୟାମେରା ଆକ୍ସନ ଶୁଭୁଥିବା ପାହାଡର ପାଦ ଦେଶରୁ ହଟିଛି ଟେଣ୍ଟ। ଦୀର୍ଘ ୧୫ଦିନର ସୁଟିଂ ଶେଷ ପରେ ମଙ୍ଗଳବାର ଫେରିଯାଇଛନ୍ତି ସାଉଥ୍ ସେନ୍ସେସନ ନିର୍ଦ୍ଦେଶକ ଏସ. ଏସ. ରାଜାମୌଲି, ଅଭିନେତା ମହେଶ ବାବୁ ଓ ବଲିଉଡ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା। 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial