ବାଲୁଗାଁ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ ।

ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନର ଉତ୍ତର କ୍ୟାବିନ ନିକଟରେ ଚଳନ୍ତା ଟ୍ରେନରୁ ଖସି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଖବର ମୁତାବକ ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଅନ୍ତର୍ଗତ ଅନନ୍ତ କୁମାର ନାୟକଙ୍କ ପୁଅ ତୋଫାନ କୁମାର ନାୟକ(୨୬) କାଲି ସନ୍ଧ୍ୟାରେ ଟ୍ରେନ ନଂ ୧୨୮୬୪ ଯଶୟନ୍ତପୁର ହାଓଡା ଟ୍ରେନରେ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ବାଲୁଗାଁ ରେଳ ଷ୍ଟେସନ ଉତ୍ତର କ୍ୟାବିନ ନିକଟରେ ଅସାବଧାନତା ବଶତଃ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ସେଠାରେ ବାଲୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିରାକାରପୁର ଜିଆରପି ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ସେପଟେ ତୋଫାନ ବ୍ରହ୍ମପୁର ସର୍କିଟ ହାଉସରେ ସରକାରୀ ଚାକିରୀ କରୁଥିବା ବେଳେ ଆଜି ବାପାଙ୍କ ସହ ନିଜ ଗ୍ରାମକୁ ଫେରୁଥିବା ଅନନ୍ତ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial