ଲଗାଣ ବର୍ଷା ଯୋଗୁଁ ଦିନକ ପାଇଁ ଛୁଟି ହେଲା ସ୍କୁଲ । ଭଦ୍ରକ ଜିଲ୍ଲାର ୪ଟି ବ୍ଲକରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କରାଯାଇଛି ଏହି ଘୋଷଣା । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏଭଳି ନିଷ୍ପତ୍ତି । ଲଗାଣ ବର୍ଷାରେ ବେହାଲ୍ ଭଦ୍ରକ । ଲଗାତାର ବର୍ଷା ହେଉଥିବାରୁ ଭଦ୍ରକ ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକରେ ସ୍କୁଲ ଛୁଟି । ବିଶେଷ କରି ଏହି ବ୍ଲକ୍ର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏଣେ ବହୁ ଲୋକ ଏହି ୪ ବ୍ଲକର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଆଶ୍ରୟ ନେଇଥିବା ଜଣାଯାଇଛି । ରାଜ୍ୟରେ ଲଗାତାର କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଗତ କାଲି ବହୁତ ଜୋରରେ ବର୍ଷା ହୋଇଥିଲା । ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିଵାବେଳେ ଉପରବେଳା ସମୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି । ଏହାକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍ର ସମସ୍ତ ବିଦ୍ୟାଳୟକୁ ଆଜି ଦିନକ ପାଇଁ ବନ୍ଦ ଘୋଷଣା କରାଯାଇଛି ।
ଲଗାଣ ବର୍ଷା ଯୋଗୁଁ ଦିନକ ପାଇଁ ଛୁଟି ହେଲା ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ସ୍କୁଲ ।

Leave a Reply