ଦଳ ଛାଡିବେ କି ବିଜେଡି ସାଂସଦ ସସ୍ମିତ ପାତ୍ର ? ତାଙ୍କୁ ନେଇ ଚର୍ଚ୍ଚା ଜୋର ।

ବିଜେଡି ସାଂସଦ ସସ୍ମିତ ପାତ୍ର ଯେବେଠୁ ଓ୍ୱାକଫ୍ ବିଲକୁ ସମର୍ଥନ କରିଛନ୍ତି ସେବେଠୁ ସେ କଥାକୁ ନେଇ ରାଜନୀତି ମୈଦାନରେ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ହେଉଛି ଯେ, ବିଜେଡି ସାଂସଦ ସସ୍ମିତ ପାତ୍ର ଖୁବଶୀଘ୍ର ବିଜେଡି ଛାଡି ବିଜେପିରେ ସାମିଲ ହେବା ସହ ଶଙ୍ଖ ଛାଡି ପଦ୍ମ ଧରିପାରନ୍ତି । ଏହା ପୂର୍ବରୁ ମଧ୍ୟ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ଶଙ୍ଖ ଛାଡି ପଦ୍ମ ଧରିସାରିଛନ୍ତି। ଆଉ ଠିକ୍ ସେହିଭଲଳି ଢଙ୍ଗରେ ଏବେ ସସ୍ମିତ ବି ଚାଲୁଥିବା ଚର୍ଚ୍ଚା ହେଉଛି। ଯଦି ରାଜନୀତିର ଗଳିକନ୍ଧିରେ ବୁଲୁଥିବା ଖବର ସତ ହୁଏ, ତେବେ ସସ୍ମିତ ପଦ୍ମ ଧରିବା ଏକ ପ୍ରକାର ପକ୍କା ବୋଲି ଚର୍ଚ୍ଚା ହେଉଛି।

ବିଜେଡି ସାଂସଦ ସସ୍ମିତ ପାତ୍ର ଓ୍ୱାକଫ୍ ବିଲକୁ ସମର୍ଥନ କଲା ପରେ ତାଙ୍କୁ ବିଜେଡି ଦଳ ପକ୍ଷରୁ ବହୁ ସମାଲୋଚନା କରାଗଲାଣି। ଏମିତି କି ଦଳରୁ ବାହାର କରାଦିଆଯିବା କଥା ମଧ୍ୟ ଉଠିଲାଣି। ଏମିତି କି ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ କଥା ଗଲାଣି। ହେଲେ ଏତେ ସବୁ ପରେ ବି, ସସ୍ମିତ କିନ୍ତୁ ମୁହଁ ଖୋଲିନାହାଁନ୍ତି। ଏବେବି ସେ ବିଦେଶ ଗସ୍ତରେ ଥିବାବେଳେ, ଏ ପ୍ରସଙ୍ଗରେ ଗୋଟିଏ ବି ପ୍ରତିକ୍ରିୟା ରଖିନାହାଁନ୍ତି। ତେଣୁ ତାଙ୍କର ଏ ନୀରବତା ଅନେକ କିଛି ଚର୍ଚ୍ଚାକୁ ଧ୍ୟାନ ଦେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial