ଶୁକ୍ରବାର ଜଣେ ବ୍ୟକ୍ତି ସଂସଦ ଭବନର ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ପାଚେରୀ ଉପରକୁ ଚଢ଼ିଥିଲେ। କିନ୍ତୁ, ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ସୂତ୍ର ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ ୬.୩୦ ସମୟରେ ଘଟିଥିଲା ଏବଂ ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି। ଏହି ଘଟଣା ସଂସଦର ମୌସୁମୀ ଅଧିବେଶନ ଶେଷ ହେବାର ଗୋଟିଏ ଦିନ ପରେ ଘଟିଛି। କୁହାଯାଉଛି ଯେ ଜଣେ ବ୍ୟକ୍ତି ଏକ ଗଛ ସାହାଯ୍ୟରେ କାନ୍ଥ ଚଢ଼ି ସଂସଦ ଭବନ ପରିସର ଭିତରକୁ ଡେଇଁ ପଡ଼ିଥିଲେ। ଏହି ବ୍ୟକ୍ତି ରେଳ ଭବନ ପାର୍ଶ୍ୱରୁ କାନ୍ଥ ଡେଇଁଥିଲେ। ଏହା ପରେ ସେ ନୂତନ ସଂସଦ ଭବନର ଗରୁଡ଼ ଫାଟକରେ ପହଞ୍ଚିଥିଲେ। ସେହି ବ୍ୟକ୍ତିଙ୍କୁ ସେଠାରେ ବୁଲୁଥିବା ଦେଖି ସଂସଦ ଭବନରେ ଉପସ୍ଥିତ ସୁରକ୍ଷା କର୍ମୀ ତାଙ୍କୁ ଧରି ପକାଇଥିଲେ।
ସଂସଦ ଭବନର ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ପାଚେରୀ ଉପରକୁ ଚଢ଼ିଗଲେ ଜଣେ ବ୍ୟକ୍ତି !

Leave a Reply