ଅକ୍ଷର ବ୍ୟୁରୋ: ଆଉ ଦିନକ ପରେ ରୁକୁଣା ରଥଯାତ୍ରା । ଧାର୍ଯ୍ୟ ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ କାର୍ଯ୍ୟ ଶେଷ ହେଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏହାକୁ ହସ୍ତାନ୍ତର କରିଛନ୍ତି ମହାରଣା ସେବାୟତ । ଏହାପରେ ପୂର୍ତ୍ତ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିବା ବେଳେ ଆଜି ରଥଗଡ଼ାରେ ନେତ ଉତ୍ସବ କରାଯିବ। ସନ୍ଧ୍ୟା ଧୂପ ପରେ ଏହା ଆରମ୍ଭ ହେବ । ତେବେ ଆଜି ହେବାକୁ ଥିବା ନେତ ଉତ୍ସବରେ ଗଜପତିଙ୍କ ପ୍ରତିନିଧି ରାଜଗୁରୁ ସେବାୟତମାନେ ମୁକ୍ତେଶ୍ୱର ମନ୍ଦିରରେ ଥିବା ମରିଚି କୁଣ୍ଡରୁ ରଥ ପ୍ରତିଷ୍ଠା ନିମନ୍ତେ ପାଣି ଗରା ଆଣିବେ । ତେବେ ପ୍ରଥମ ଗରା ପାଣି ରଥ ପ୍ରତିଷ୍ଠା ପାଇଁ ଯିବ । ଏହାର ପରବର୍ତ୍ତି ଗରାକୁ ନିଃସସ୍ତାନ ଦମ୍ପତିଙ୍କୁ ନିଲାମ କରାଯିବ । ମହାଖଳା ଗଡ଼ାରେ ଠାକୁରଙ୍କ ରଥ ପ୍ରତିଷ୍ଠା ଏବଂ ପଞ୍ଚବକ ପୂଜା କରାଯିବ । ଏହାପରେ ରଥରେ ନେତ ଲାଗି କରାଯିବ । ଯଦି ରଥ ପ୍ରତିଷ୍ଠା ଠିକ୍ ଭାବେ ସମାପନ ହେବ ତାହେଲେ ଶନିବାର ଦିନ ନିର୍ଦ୍ଦାରିତ ସମୟରେ ରଥଟଣା ହେବ । ତେବେ ରଥଯାତ୍ରାରେ ସୁରକ୍ଷା ନିମନ୍ତେ ଡିସିପିଙ୍କ ନେତୃତ୍ୱରେ 13 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଆଉ ଦିନକ ପରେ ରୁକୁଣା ରଥଯାତ୍ରା; ସରିଛି ରଥ ନିର୍ମାଣ କାମ!

Leave a Reply