ପୁଣି ମାତିଲେ ଦୁର୍ବୃତ୍ତ, ବନ୍ଧୁକ ଦେଖାଇ ଲୁଟିନେଲେ ୫୦ଲକ୍ଷ ଟଙ୍କାର ସୁନାଗହଣା।

ପୁଣି ମାତିଲେ ଦୁର୍ବୃତ୍ତ। ଗତ ବିଳମ୍ବିତ ରାତିରେ ବାଲେଶ୍ୱରର ସୋର ଖଇରା ଥାନା ପ୍ରହରାଜପୁର ଗାଁର ଗହଣା ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରେ ବଡ଼ ଧରଣର ଚୋରି ହୋଇଛି । ରାତି ଅଧରେ ଗହଣା ବ୍ୟବସାୟୀଙ୍କ ଘରେ ପଶି ଆତଙ୍କ ରଚିବା ସହ ସବୁକିଛି ଚୋରି କରିନେଲେ ଦୁର୍ବୃତ୍ତ । ୫ରୁ ଅଧିକ ଦୁର୍ବୃତ୍ତ ଘରେ ପଶିବା ପରେ ପରିବାର ଲୋକଙ୍କୁ ପ୍ରଥମେ ବାନ୍ଧି ଦେଇଥିଲେ । ତା’ପରେ ୫୦ଲକ୍ଷ ଟଙ୍କାର ସୁନାଗହଣା ସମେତ ନଗଦ ଟଙ୍କା ଲୁଟ୍ କରିବା ସହ ବନ୍ଧୁକ, ଭୁଜାଲି ଓ ବ୍ୟାଟରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ହୋଇ ସଞ୍ଜୟଙ୍କ ମାଆ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial