ନଭେମ୍ୱର ୫ରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ୫ରୁ ଆରମ୍ଭ ହୋଇ ୧୨ ପର୍ଯ୍ୟନ୍ତ ଚାଲିବ । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଟକ ବାଲିଯାତ୍ରାକୁ ନେଇ ଏକ ନିଷ୍ପତ୍ତି ନିଆଯାଇଛି । ଏଥର କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ’ । ବାଲିଯାତ୍ରା ନାଁ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳଙ୍କ ସୂଚନା । ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ୍ ପଡିବ । ଏଥର ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ କହିଲେ ଜିଲ୍ଲାପାଳ । ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ପର୍ଯ୍ୟନ୍ତ ଚାଲୁଥିଲା ।
ଏଥର କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ’; ବାଲିଯାତ୍ରା ନାଁ ପରିବର୍ତ୍ତନକୁ ନେଇ କଟକ ଜିଲ୍ଲାପାଳଙ୍କ ସୂଚନା ।












Leave a Reply