ରତ୍ନ ଭଣ୍ଡାରର ଗଣତି ମଣତି ଲାଗି ପ୍ରକ୍ରିୟା ଆରମ୍ଭ; ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ରତ୍ନ ଭଣ୍ଡାରର ଗଣତି ମଣତି ଲାଗି ପ୍ରକ୍ରିୟା ଆରମ୍ଭ। ଗଣତି ମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସରକାର ଆରବିଆଇକୁ ଚିଠି ଲେଖିଥିଲେ ଦୁଇଜଣ ଏକ୍ସପର୍ଟଙ୍କୁ ଦେବା ପାଇଁ। ସେମାନେ ଦୁଇ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। କମିଟିର ଅନୁମତି କ୍ରମେ ରତ୍ନ ସବୁକୁ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ କରାଯିବ। ସେ ପ୍ରକ୍ରିୟା ସରିବା ପରେ ଆରବିଆଇ ଅଧିକାରୀଙ୍କୁ ନିର୍ଦ୍ଧାରିତ ତାରିଖ ଜଣାଯିବ। ଏହାପରେ ଏକ୍ସପର୍ଟ ଆସି ଉପସ୍ଥିତ ରହି ଗଣତି ମଣତି କରିବେ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial