ରାଜସ୍ଥାନରେ ସରକାରୀ ସ୍କୁଲ କୋଠା ଭୁଶୁଡ଼ି ୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ।

ରାଜସ୍ଥାନରେ ସରକାରୀ ସ୍କୁଲ କୋଠା ଭୁଶୁଡ଼ି ୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ଝଲୱାର ଜିଲ୍ଲା ପିପଲୋଡ୍‌ ଗାଁରେ ଭୁଶୁଡ଼ିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସକାଳ ପ୍ରାର୍ଥନା ପାଇଁ ପିଲାମାନେ ଏକାଠି ହୋଇଥିବା ବେଳେ ଅଘଟଣ। ଆଉ ୨୯ ଛାତ୍ରଛାତ୍ରୀ ଗୁରୁତର, ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଝଲୱାର ସ୍କୁଲ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। “ଏଭଳି ଦୁଃଖର ଘଡ଼ସନ୍ଧି ମୁହୂର୍ତ୍ତରେ ପୀଡ଼ିତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସହ ମୋର ସମବେଦନା” ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି “ରାଜସ୍ଥାନର ଝଲୱାରୀ ସ୍କୁଲରେ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଘଟଣା। ଏଭଳି ଦୁଃଖର ଘଡ଼ସନ୍ଧି ମୁହୂର୍ତ୍ତରେ ପୀଡ଼ିତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସହ ମୋର ସମବେଦନା। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପ୍ରଭାବିତଙ୍କୁ କର୍ତ୍ତୃପକ୍ଷ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି। ଅଚାନକ ଛାତ ଖସିବାରୁ କ୍ଲାସ୍‌ରେ ଥିବା ପିଲାମାନେ ଦବି ରହିଥିବା ଜଣାପଡ଼ିଛି।

ସୂଚନା ମୁତାବକ କ୍ଲାସ ଭିତରେ ୬୦ ପିଲା ଥିଲେ ସେମାନଙ୍କ ମଧ୍ୟରୁ ୨୫ ଜଣ ଦବି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ଏବଂ ଜେସିବି ସାହାର୍ଯ୍ୟର ଭଗ୍ନାବଶେଷ ଗୁଡିକୁ ହଟାଯାଉଛି। ଆହତ ପିଲାଙ୍କୁ କମୁନିଟି ହେଲ୍ଥ ସେଣ୍ଟରେ ଭତ୍ତି କରାଯାଇଛି। ଆଜି ସକାଳ ୮.୩୦ ମିନିଟ୍‌ରେ ଏହି ଅଘଟଣ ଘଟିଥିଲା। ସ୍କୁଲ୍‌ ଛାତ ଭୁଶୁଡ଼ିବା ବେଳେ କ୍ଲାସ୍‌ରୁମ୍‌ରେ ୬୦ ଜଣ ଛାତ୍ରଛାତ୍ରୀ ରହିଥିଲେ । ଏହି ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ସ୍କୁଲ୍‌ କ୍ଲାସ୍‌ରୁମ୍‌ର ଛାତ ବିପଜ୍ଜନକ ଅବସ୍ଥାରେ ରହିଥିବା ନେଇ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଥିଲା। ହେଲେ ଏଥିପ୍ରତି ସ୍କୁଲ୍‌ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ । ଯାହାଫଳରେ ଆଜି ଏତେ ବଡ଼ ଅଘଟଣ ଘଟିଯାଇଥିବା ଅଭିଯୋଗ ହୋଇଛି। ଏହି ଅଘଟଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ଶିକ୍ଷା ବିଭାଗ ସଚିବ। ସେ କହିଛନ୍ତି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଫସି ରହିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୪ଟି ଜେସିବି ମେସିନ୍‌ ନିୟୋଜିତ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial