ବ୍ରହ୍ମପୁରର ବଡବଜାର ଟାଟାବେଞ୍ଜ୍ ଛକ ବିଜିପୁର ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, ହୁକାବାର ଓ ରେଷ୍ଟୁରାଣ୍ଟ ଉପରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର ନିଶାଶକ୍ତ ଦ୍ରବ୍ୟ ସହିତ ୩୦ ଟି ହୁକା ମଧ୍ୟ ଯବତ କରାଯାଇଛି । କିଛି ଅଭିଭାବକ ଏବଂ କିଛି ବରିଷ୍ଠ ନାଗରିକଙ୍କ ଅଭିଯୋଗ ପରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଉଛି । କାରଣ ବହୁତ ଦିନ ହେବ ଏହି ସବୁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାନଙ୍କରେ ବହୁତ ନାବାଳିକା ଏବଂ ନାବାଳକ ମାନଙ୍କର ଆସର ଜମିବା ସହିତ ସେମାନେ ନିଶା ସେବନ କରୁଥିବାର ଦେଖିବାକୁ ମିଳିଥିଲା । ଏହା ପରେ ଏହି ପ୍ରକାର କାର୍ଯ୍ୟକଳାପ କୁ ବିରୋଧ କରି ଅଭିଯୋଗ ହୋଇଥିବା ସୂଚନା ମିଳିଥିଲା । ଏହା ପରେ ବ୍ରହ୍ମପୁର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ହୁକାବାର ଏବଂ ନିଶା ପ୍ରବଣ ଅଞ୍ଚଳରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ହୋଟେଲ ମାଲିକ ମାନେ ଉପଯୁକ୍ତ ଲାଇସେନ୍ସ ଏବଂ କାଗଜ ପତ୍ର ନ ଦେଖାଇପାରିବାରୁ ମାଲିକଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ୭ ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।
ବ୍ରହ୍ମପୁରର ଏକ ରେଷ୍ଟୁରାଣ୍ଟ ଏବଂ ହୁକାବାରରେ ପୋଲିସର ଚଢାଉ

Leave a Reply