ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ।

ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହେଲେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଆଜି ସକାଳେ ରାହୁଲ ଫୋନ୍‌ ଯୋଗେ କଥା ହୋଇଥିବା କହିଛନ୍ତି ସୌମ୍ୟଶ୍ରୀଙ୍କ ବାପା ବଳରାମ ବିଶି । ଫୋନ୍‌ରେ ଆଲୋଚନା ବେଳେ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।  ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ରାହୁଲ । ପୀଡ଼ିତାଙ୍କ ପରିବାରକୁ କିଭଳି ନିଶ୍ଚିତ ନ୍ୟାୟ ମିଳିବ ସେ କଥା ନିଜ ପୋଷ୍ଟରେ ଜଣାଇଛନ୍ତି ରାହୁଲ । ସେପଟେ ଖୁବଶୀଘ୍ର ବାଲେଶ୍ୱର ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ବାଲେଶ୍ୱର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଜାତୀୟ ସ୍ତରରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । 

ସେପଟେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଜୋର ଧରିଛି ରାଜନୀତି । ବିରୋଧୀ ମାନେ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଅସ୍ତ୍ର ସଜାଇଛନ୍ତି । ସେହି କ୍ରମରେ ଆଜି ବାଲେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି । ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଓ ମୃତ୍ୟୁ ମାମଲାରେ ଆଜି ବାଲେଶ୍ଵର ବନ୍ଦ କରିଛି ବିଜେଡି । ବିଜେଡି ଏହି ଆନ୍ଦୋଳନକୁ ଜୋରଦାର କରିବା ସହ ବାଲେଶ୍ୱରରୁ ଆରମ୍ଭ କରିଛି ଅଭିଯାନ । ଆଜି ସକାଳ ୬ଟାରୁ ଦିବା ୨ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲେଶ୍ୱରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେଡି । ଆଜି ବିଜେଡି ପକ୍ଷରୁ ବନ୍ଦ ପାଳନ ହେଉଥିବା ବେଳେ ଆସନ୍ତାକାଲି କଂଗ୍ରେସ ଏବଂ ବାମପନ୍ଥୀ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial