ଓଡ଼ିଶା ଆସିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ସହ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଓଡ଼ିଶା ଗସ୍ତ କରିବେ । ଭୁବନେଶ୍ୱରରେ କଂଗ୍ରେସ ତରଫରୁ ହେବାକୁ ଯାଉଛି ବଡ଼ ସମାବେଶ । ଯେଉଁଥିରେ ସାମିଲ ହେବେ ରାହୁଲ ଗାନ୍ଧୀ ଓ ଦଳୀୟ ଅଧ୍ୟକ୍ଷ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ସରକାର ବିଫଳତାକୁ ନେଇ ଏହି ସମାବେଶ କରିବ କଂଗ୍ରେସ । ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ।
ବହୁତଦିନ ଧରି ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି । ଦୀର୍ଘ ଦିନ ପରେ ରାହୁଲ ଓଡ଼ିଶା ଆସୁଥିବା କହିଛନ୍ତି, ରାଜ୍ୟ ପିସିସି ସଭାପତି ଭକ୍ତ ଦାସ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ବିଜେଡ଼ି ବିରୋଧୀ ଦଳରେ ବସିଛି । ହେଲେ ଜନମାନସରେ କଂଗ୍ରେସ ବିରୋଧୀଦଳର ଭୂମିକା ନିର୍ବାହ କରୁଛି । ଖଣି ଦୁର୍ନୀତି, ମହିଳା ହିଂସା, ଚିଟଫଣ୍ଡ ଓ ନିଯୁକ୍ତିକୁ ନେଇ ବାରମ୍ବାର ରାଜରାସ୍ତାରେ ଆନ୍ଦୋଳନ କରୁଛି ଦଳ । ଏହି ଆନ୍ଦୋଳନକୁ ତୀବ୍ର କରିବା, ରାଜ୍ୟସ୍ୱାର୍ଥକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ କଂଗ୍ରେସ ଯେଭଳି ଆକ୍ରାମକ ରୂପ ଆପଣାଉଛି, ରାହୁଲ ଗାନ୍ଧୀ ଆସିଲେ କଂଗ୍ରେସ ଅଧିକ ଶକ୍ତିଶାଳୀ ଓ ଦଳର କର୍ମୀ ଏବଂ ନେତାଙ୍କୁ ଉତ୍ସାହିତ କରିବ ବୋଲି କୁହାଯାଉଛି ।
Leave a Reply