ଆସନ୍ତା ୨୯ରୁ ଜୁନ୍ ୨୭ ଯାଏଁ ବନ୍ଦ ରହିବ ରତ୍ନଭଣ୍ତାର କାମ। ରତ୍ନଭଣ୍ତାର ମରାମତି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି। ୪ ମାସରୁ ଉର୍ଦ୍ଧ୍ୱ ସମୟରେ ୧୯୩ ଘଣ୍ଟା ୫ ମିନିଟର କାମ ହୋଇଛି। ସେହିପରି ରତ୍ନଭଣ୍ତାର ଭିତର ପାର୍ଶ୍ୱ କାମ ପ୍ରାୟ ସରିଛି। ଏବେ କେବଳ ଚଟାଣ କାମ ବାକି ରହିଛି।
ସେହିପରି ବାହର ରତ୍ନଭଣ୍ତାରରେ ୫ଟି ଷ୍ଟେନଲେସ ବିମ ଲଗାଯିବ। ଜୁନ୍ ୨୮ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ କାମ ବନ୍ଦ ରହିବ। ରଥଯାତ୍ରା ପାଇଁ ରତ୍ନବେଦୀରେ ଶ୍ରୀଜିଉ ନଥିବାରୁ ପର୍ଯ୍ୟାପ୍ତ କାମ ହେବ। ସେହିପରି ରତ୍ନଭଣ୍ତାର କାମ ଶେଷ ହେବା ପରେ ରତ୍ନଭଣ୍ତାର ସଂରକ୍ଷଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ସେହିପରି ୫୦ରୁ ୬୦ ଘଣ୍ଟା ପରେ ଶେଷ ହେବ ରତ୍ନଭଣ୍ତାର ମରାମତି କାମ। ଏନେଇ ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଭିତର ରତ୍ନଭଣ୍ତାର କାମ ସରିଛି, ବାହର ରତ୍ନଭଣ୍ତାର କାମ ଅଳ୍ପ ବାକି ରହିଛି ଯାହା ୫୦ରୁ ୬୦ ଘଣ୍ଟାରେ କାମ ଶେଷ ହୋଇଯିବ । ସେହିପରି ରତ୍ନଭଣ୍ତାର ଅତି ଖରାପ ସ୍ଥିତିରେ ଥିଲା ଯାହା ପଥର ଖସିବା ପରି ସ୍ଥିତିରେ ପହଞ୍ଚିଥିଲା ।
Leave a Reply