ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ପାଣିଆ ଆପଟ ସେବକ ପଡି ତାଙ୍କ ଦେହରୁ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ହୋଇଛି ମହାସ୍ନାନ। ସେଥିପାଇଁ ପ୍ରାୟ ୧ ଘଣ୍ଟା ଧରି ବନ୍ଦ ରହିଛି ଶ୍ରୀଜିଉଙ୍କ ଦର୍ଶନ। ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ଅନ୍ୟାନ୍ୟ ନୀତି ହେବ। ତେଣୁ ସକାଳ ୭ଟା ୫୦ ନୀତି ପରଠାରୁ ଅନ୍ୟାନ୍ୟ ନୀତି ଓ ଦର୍ଶନ ବନ୍ଦ ରହିଛି । ମହାସ୍ନାନ ପରେ ପୁଣି ନିୟମିତ ଭାବେ ଜାରି ରହିବ ମହାପ୍ରଭୁଙ୍କ ନୀତିକାନ୍ତି। ସେପଟେ ଆହତ ହୋଇଥିବା ପାଣିଆପଟ ସେବକ ହେଉଛନ୍ତି ବାଲିସାହିର କୃଷ୍ଣଚନ୍ଦ୍ର ଆପଟ। ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ମେଡିକାଲ ଭର୍ତ୍ତି କରାଯାଇଥିଲା ଓ ପରେ ଭୂବନେଶ୍ୱର AIIMSକୁ ସ୍ଥାନାନ୍ତର କରାଯାଇଛି। ତେବେ ମନ୍ଦିରରେ ଆଜି ପ୍ରବଳ ଭକ୍ତଙ୍କ ଭିଡ ରହିଛି। ବଡ଼ ମହାସ୍ନାନ ନୀତି ପାଇଁ ଭକ୍ତଙ୍କ ଦର୍ଶନରେ ବାଧା ପାପ୍ତ ହୋଇଛି।

ସୂଚନା ଅନୁସାରେ, ପାଣି ନେବା ସମୟରେ ପଡିଗଲେ ପାଣିଆ ଆପଟ ସେବକ। ଫଳରେ ତାଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ମନ୍ଦିର ଭିତରେ ରକ୍ତର ଛିଟା ପଡିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ହୋଇଛି। ବିଧି ପରମ୍ପରା ମୁତାବିକ ଭିତରକାଠ ନିକଟରେ ରକ୍ତର ଛିଟା ପଡ଼ିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ। ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial