ଚର୍ଚ୍ଚାରେ ଏବେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାଇରାଲ୍ ଭିଡିଓ। କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୋସିଆଲ ମିଡିଆରେ ସେୟାର କଲେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ତେବେ କିଛିଦିନ ତଳେ ଓଡିଶା ଆସିଥିଲେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା। ତାଙ୍କ ଆଗକୁ ଆସୁଥିବା ଫିଲ୍ମ SSMB-29ର ସୁଟିଂ ପାଇଁ କୋରାପୁଟ ଆସିଥିଲେ ପ୍ରିୟଙ୍କା। ହେଲେ ଦେଓମାଳିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭୁଲିପାରିନାହାନ୍ତି ସେ। ସୁଟିଂ ସାରି ଫେରିଲା ବେଳେ ବାଟରୁ କିଣିଛନ୍ତି ପିଜୁଳି, ଯାହା ସେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ତା’ସହ ଏକ ଭିଡିଓ କରି ପିଜୁଳି ବିକୁଥିବା ମହିଳାଙ୍କୁ କରିଛନ୍ତି ପ୍ରଶଂସା ପ୍ରିୟଙ୍କା।
ପ୍ରିୟଙ୍କା ଭିଡିଓ ମାଧ୍ୟମରେ କହିଛନ୍ତି ଯେ, ଆଜି ମୁଁ ବହୁତ ପ୍ରଭାବିତ। ମୁଁ ଯେତେବେଳେ ବିଶାଖାପାଟଣା ଏୟାରପୋର୍ଟ ଯାଉଥିଲି ସେଠାରୁ ନ୍ୟୁୟର୍କରୁ ଫ୍ଲାଇଟ୍ ଧରିବା ପାଇଁ, ସେତେବେଳେ ବାଟରେ ଜଣେ ମହିଳା ପିଜୁଳି ବିକ୍ରି କରୁଥିବା ମୁଁ ଦେଖିଲି। ମୁଁ ସେଠାରେ ଅଟକି କେତେ ଟଙ୍କା ବୋଲି ପଚାରିଲି,ସେ ମୋତେ ୫୦ ଟଙ୍କା ବୋଲି କହିଲେ। ମୁଁ ତାଙ୍କୁ ୨୦୦ ଟଙ୍କା ଦେଲି ସେ ମୋତେ ବଳକା ଟଙ୍କା ଫେରାଇବାକୁ ଚହୁଁଥିଲେ,ମୁଁ କିନ୍ତୁ ତାଙ୍କୁ ମନାକଲି। ତେବେ ଟ୍ରାଫିକ୍ରେ ରେଡ୍ ଲାଇଟ୍ ଗ୍ରୀନ୍ ହେବା ବେଳକୁ ମହିଳା ଜଣକ ଆଉ ୨ଟି ପିଜୁଳି ମୋତେ ଦେଇଦେଲେ। କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ ସାରି ଫେରିବା ପରେ ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ଏମିତି କହିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସେପଟେ ଫିଲ୍ମ ନିର୍ଦ୍ଦେଶକ ରାଜାମୌଲି ବି କୋରାପୁଟ ସୁନ୍ଦରପଣର ଢେର ପ୍ରଶଂସା କରିବା ସହ ଦେଓମାଳୀର ସୌନ୍ଦର୍ଯ୍ୟକୁ ଫିକା କରୁଥିବା ଲୋକଙ୍କ ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି।
Leave a Reply