ଆଜିଠୁ ଘରୋଇ ବସ୍ ଚଳାଚଳ ସେବା ସ୍ୱାଭାବିକ; ଆନ୍ଦୋଳନକୁ ଆଉ ସମର୍ଥନ ଦିଆଯିବ ନାହିଁ ବୋଲି କହିଲେ ଘରୋଇ ବସ ମାଲିକ ସଂଘ ।

୪ଦିନ ପରେ ସ୍ୱାଭାବିକ ହେଲା ବସ୍ ଚଳାଚଳ। ସାରା ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ଭୁବନେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ା, ସମ୍ବଲପୁର ସବୁଠି ଘରୋଇ ବସ୍ ଚଳାଚଳ ହୋଇଛି । ଫଳରେ ଯାତ୍ରୀମାନେ ସୁବିଧାରେ ଯାତାୟାତ କରିପାରୁଛନ୍ତି । ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଥିଲା । ରାଜ୍ୟ ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ଲିଖିତ ପ୍ରତିଶ୍ରୁତି ଦାବିରେ ଅଡ଼ି ବସିଥିଲା ସଂଘ । ଗତ ରାତିରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଥିଲା । ଏହି କ୍ରମରେ ଆଜିଠୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । 

ଚାରି ଦିନ ଧରି ଧର୍ମଘଟ ଯୋଗୁଁ କ୍ଷତି ସହୁଛନ୍ତି ବସ୍ ମାଲିକ । ହଜାର ହଜାର ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ତେଣୁ ଡ୍ରାଇଭର ମହାସଂଘର ଷ୍ଚିୟରିଂ ଛାଡ଼ ଆନ୍ଦୋଳନକୁ ଆଉ ସମର୍ଥନ ଦିଆଯିବ ନାହିଁ ବୋଲି ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛନ୍ତି । ତେଣୁ ଆଜିଠୁ ଘରୋଇ ବସ୍ ଚଳାଚଳ ସେବା ସ୍ୱାଭାବିକ ହୋଇଛି  ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial