ଆଜି ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅପରାହ୍ଣ ୧.୩୦ ମିନିଟରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ସେଠାରୁ ହେଲିକପ୍ଟର ଯୋଗେ ନୟାଗଡ ଅଭିମୁଖେ ଯିବେ। ନୟାଗଡ଼ର କାଳିଆପଲ୍ଲୀରେ ବିଶ୍ୱାବସୁ ସମ୍ପ୍ରଦାୟର ଯଜ୍ଞରେ ଯୋଗଦେବେର ବ୍ୟବସ୍ଥା ରହିଛି। ଏହାପରେ କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ପରେ ସଂନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ ଓ ସେଇଠି ରାତ୍ରିଯାପନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଏପଟେ ବିମାନବନ୍ଦରରେ ପୋଲିସ କମିଶନରେଟ ପକ୍ଷରୁ ଜୋରଦାର ବ୍ୟବସ୍ଥା କରାଯାଇଛି।
ନୟାଗଡ଼ ଜିଲ୍ଲାକୁ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋରମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ସମସ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି। କଣ୍ଟିଲୋ ନୀଳମାଧବ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜୋର ଦେଇଛି ଜିଲ୍ଲା ପ୍ରଶାସନ। ତା,ଛଡା ରାଷ୍ଟ୍ରପତିଙ୍କର ନୟାଗଡ଼ ଜିଲ୍ଲାକୁ ଏହା ପ୍ରଥମ ଗସ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଉତ୍ସାହ ପରିଲକ୍ଷିତ ହୋଇଛି।
Leave a Reply