ଆଜିଠୁ ଅଯୋଧ୍ୟାରେ ରାମ ଦରବାର ସମେତ ୭ ମନ୍ଦିରର ପ୍ରାଣ ପ୍ରତିଷ୍ଠା।

ଆଜିଠୁ ଅଯୋଧ୍ୟାରେ ରାମ ଦରବାର ସମେତ ୭ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା । ନିର୍ଦ୍ଧାରିତ ଲଗ୍ନରେ ପୂଜା ଆରମ୍ଭ ହେବ । ପ୍ରାଣ ପ୍ରତିଷ୍ଠାରେ ମୋଟ ୧୨୦ ଆଚାର୍ଯ୍ୟ ସାମିଲ ହେବେ । ସେମାନଙ୍କ ମଧ୍ୟରୁ ୧୦୦ ଜଣ କେବଳ ଅଯୋଧ୍ୟାର । ଅନ୍ୟ ଆଚାର୍ଯ୍ୟମାନେ କାଶୀ, ପ୍ରୟାଗରାଜ ସମେତ ଅନ୍ୟ ତୀର୍ଥସ୍ଥାନରୁ ଆସିବେ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆମନ୍ତ୍ରଣ କରାଯାଇଛି । 

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ୨୦ ଜଣ ସନ୍ଥ-ଧର୍ମାଚାର୍ଯ୍ୟଙ୍କ ସମେତ ଟ୍ରଷ୍ଟ ପଦାଧିକାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଆଜିଠୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ ଯାହା ୩ ଦିନ ଧରି ଚାଲିବ । ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସକାଳ ୬.୩୦ରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ବିଧି ମୁତାବକ, ରାମ ଦରବାର ଓ ୬ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଦେଶ ବିଦେଶର ପ୍ରତିଷ୍ଠିତ ସାଧୁ ସନ୍ଥ ମଧ୍ୟ ଯୋଗ ଦେବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial