ଭୁବନେଶ୍ୱରରେ ନକଲି ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା ଏହି ଅଭିଯୁକ୍ତ। ଅଭିଯୁକ୍ତ ଜଣଙ୍କ ହେଉଛି ମାନସ ରଞ୍ଜନ ସେନାପତି। ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ ହୋଇଥିବା ବେଳେ ଭୁବନେଶ୍ୱରର ଖାରବେଳନଗର ଥାନା ଅଞ୍ଚଳରେ ଥିବା ମଧୁସୂଦନ ନଗରରେ ସେ ରହୁଥିଲା। ମାନସ ନକଲି ପୋଲିସ ପରିଚୟ ପତ୍ର ଦେଖାଇ ନିଜକୁ ପୋଲିସ ସବ୍-ଇନସ୍ପେକ୍ଟର କହି ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା। ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପଏଣ୍ଟମେଣ୍ଟ ଲେଟର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ ,କାର, ମୋବାଇଲ ଫୋନ ଜବତ ହୋଇଛି। ନିଜକୁ ପୋଲିସ କହି ଅନେକ ଲୋକଙ୍କୁ ଚାକିରି କରିଦେବ ବୋଲି କହି ଠକିଥିବା ଅଭିଯୋଗ ହୋଇଛି । ଗତକାଲି ସହିଦ ନଗର ଅଞ୍ଚଳରେ ନାଇଟ୍ ବ୍ଲକିଂ ଚେକିଂ ବେଳେ ମାନସ ରଞ୍ଜନ ସେନାପତିକୁ ଧରିଛି ପୋଲିସ। ନକଲି ପୋଲିସ ମାନସକୁ ସହିଦ ନଗର ଥାନା ପୋଲିସ ନିଜ ହେପାଜତରେ ନେଇଛି। କେତେଜଣଙ୍କୁ ମାନସ ଠକିଛି ଓ କେତେ ଟଙ୍କା ଠକିଛି ତାହାକୁ ନେଇ କୌଣସି ସୂଚନା ମିଳିପାରନାହିଁ ।
ଠିକ୍ ସେହିପରି ଜଣେ ନକଲି କନଷ୍ଟେବଲକୁ ମଧ୍ୟ ଗିରଫ କରଛି ପୋଲିସ। ତା’ ର ନାଁ ଆଶିଷ ସ୍ୱାଇଁ ଓ ଘର ପିପିଲି ଅଞ୍ଚଳରେ। ଏହି ଦୁଇଜଣ ମିଶିକି ଅନେକ ଲୋକଙ୍କୁ ଚାକିରି କରିଦେବେ କହି ଠକିଥିବା ଅଭିଯୋଗ ହୋଇଛି। ସହିଦ ନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ଦୁଇଜଣଙ୍କୁ ଏକା ସଙ୍ଗେ ଧରିଛି ପୋଲିସ।
Leave a Reply