ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୁରନ୍ତ ସହାୟତା ଯୋଗାଇବାକୁ ଦେଲ ନିର୍ଦ୍ଦେଶ:

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସମଗ୍ର ଦେଶକୁ ମର୍ମାହତ ଏବଂ ଦୁଃଖିତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପୋଷ୍ଟରେ ଏହି ଦୁଃଖଦ ଘଟଣାଟିକୁ ହୃଦୟବିଦାରକ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ପ୍ରଭାବିତ, ଲୋକଙ୍କ ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ସେ କହିଛନ୍ତି ଯେ, ମୁଁ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହିତ ଯୋଗାଯୋଗରେ ରହି ରିଲିଫ କାର୍ଯ୍ୟ ଉପରେ ନଜର ରଖିଛି। କୁହାଯାଉଛି ଯେ ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା, ଯେଉଁଥିରେ ପ୍ରାୟ ୫୩ ଜଣ ବ୍ରିଟିଶ ନାଗରିକ ଥିଲେ।

ଏହା ସହ ନିଜେ ବ୍ୟକ୍ତିଗତ ଭାବରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ସହ କଥା ହୋଇଛନ୍ତି। ସେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣାର ସମୀକ୍ଷା କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି ଯେ ସେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ତଦାରଖ କରିବା ପାଇଁ ଅହମ୍ମଦାବାଦ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କୁ ତୁରନ୍ତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପରିସ୍ଥିତି ବିଷୟରେ ନିୟମିତ ଭାବରେ ସୂଚନା ଦେବାକୁ ମନ୍ତ୍ରୀ ନାଇଡୁଙ୍କୁ କହିଛନ୍ତି। ସମସ୍ତ ସମ୍ପୃକ୍ତ ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି ଏବଂ ସମନ୍ୱିତ ପ୍ରୟାସ ଜାରି ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial