ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ଟଙ୍କା। ବାରଣାସୀରୁ ଦେଶର ସବୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ ମୋଦି। ଡିବିଟି ଜରିଆରେ ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା। ଆଜି ପିଏମ୍ କିଷାନର ୨୦ କିସ୍ତି ପଠାଇଛନ୍ତି ମୋଦି ସରକାର।
ବାରଣାସୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଟ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର ୫ଶହ କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଓଡ଼ିଶାର ୩୪ ଲକ୍ଷ ୮୫ ହଜାର ଚାଷୀ ଉପକୃତ ହୋଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଯୋଜାନାରେ ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ କେନ୍ଦ୍ର ସରକାର ୬ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି। ଏହାଛଡ଼ା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜାନା ବାବଦରେ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ।
Leave a Reply