ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ ଗରିବ ପରିବାରଙ୍କ ପାଇଁ ଆସିଛି ଖୁସି ଖବର । ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା । ପର୍ୟ୍ୟାୟ କ୍ରମେ ଦିଆଯିବ ଆବାସ ଘର । ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର । ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ ସରକାର । ପରେ ପର୍ୟ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ ।
ନଭେମ୍ବରରେ ଆରମ୍ଭ ହେବ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା ।

Leave a Reply