ସାଂସଦ ମହୁଆ ମୋଇତ୍ରାଙ୍କ ସହ ବାହାଘରକୁ ନେଇ କନଫର୍ମ କଲେ, ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର ।

ସାଂସଦ ମହୁଆ ମୋଇତ୍ରାଙ୍କ ସହ ବାହାଘରକୁ ନେଇ କନଫର୍ମ କଲେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର । କହିଲେ ଯାହା ଜଗନ୍ନାଥଙ୍କ ଇଚ୍ଛା । ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଅନୁଯାୟୀ ହୋଇଛି ବାହାଘର । ଜଗନ୍ନାଥଙ୍କ ଏହା ଲୀଳା । ସାଂସଦ ମହୁଆ ମୋଇତ୍ରାଙ୍କ ସହ ସାଂସଦ ପିନାକୀ ମିଶ୍ରଙ୍କ ବାହାଘର ହୋଇଥିବା ନେଇ ଗତକାଲିଠାରୁ ଖବର ପ୍ରଚାରିତ ହେଉଛି । ଦୁହେଁ ଜର୍ମାନୀରେ ୩୦ ମଇରେ ବାହା ହୋଇଥିବା ଜଣାପଡିଛି । ମହୁଆ ପିନାକୀ ମିଶ୍ରଙ୍କ ହାତ ଧରି ଚାଲୁଥିବା ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ଦୁହେଁ ମିଶି କେକ୍ କାଟୁଥିବାର ଫଟୋ ମଧ୍ୟ ନଜର ଆସିଛି ।

ତେବେ ମହୂଆ ମୈତ୍ର ଦ୍ୱିତୀୟ ଥର ପାଇଁ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର କୃଷ୍ଣ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ପିନାକୀ ମିଶ୍ର ୨୩ ଅକ୍ଟୋବର ୧୯୫୯ରେ ଓଡ଼ିଶାର ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ବିଶିଷ୍ଟ ରାଜନେତା ଏବଂ ବରିଷ୍ଠ ଓକିଲ । ୧୯୯୬ ମସିହାରେ ପୁରୀ ଲୋକସଭା ଆସନରୁ ବିଜୟୀ ହୋଇ କଂଗ୍ରେସ ସହିତ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୦୯, ୨୦୧୪ ଏବଂ ୨୦୧୯ରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial