କିଛି ସମୟ ପୂର୍ବରୁ ଖବର ଆସିଥିଲା ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟରେ ୨ଟଙ୍କା ବୃଦ୍ଧି କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ନୂଆ ଦର ରାତି ୧୨ଟାରୁ ଲାଗୁ ହେବ ବୋଲି ସୂଚନା ମିଳିଥିଲା। ଏହା ଉଲ୍ଲେଖନୀୟ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ଯୋଗୁଁ ସୋମବାର ସକାଳେ ସେୟାର ବଜାରରେ ଚହଳ ସୃଷ୍ଟି ହୋଇଥିଲା। ଷ୍ଟକ୍ ବଜାରରେ ସେନସେକ୍ସ ତିନି ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏଥିରେ ପୂର୍ଣ୍ଣ୍ୟଚ୍ଛେଦ ପଡିଛି। ବଢିବନି ପେଟ୍ରୋଲ ଓ ଡିଜେଲ୍ ଦର ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ମଧ୍ୟ ବଢିବନି ପେଟ୍ରୋଲ ଓ ଡିଜେଲ୍ ଦାମ୍। ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବଢିବନି ପେଟ୍ରୋଲ ଓ ଡିଜେଲ୍ ଦର; ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା

Leave a Reply