ଲିଫ୍ଟରେ ଚାପି ହୋଇ ରୋଗୀଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମିଳିଥିବା ସୂଚନା ଅନୁସାରେ,ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ଅଞ୍ଚଳ ନରସିଂହପୁରର ମିନତୀ ପରିଡାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଫିମେଲ ମେଡିସିନ ୱାର୍ଡକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏଥିପାଇଁ ପରିବାର ଲୋକେ ଲିଫ୍ଟରେ ତାଙ୍କୁ ଫିମେଲ ମେଡିସିନ ୱାର୍ଡକୁ ନେଇଥିଲେ। ହେଲେ ଲିଫ୍ଟଟି ହଠାତ୍ ଉଠି ଯାଇଥିଲା ଓ ଲିଫ୍ଟରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ନାତି ଓ ବୋହୂ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ଖବର ପାଇଁ ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଲିଫ୍ଟରେ ଚାପି ହୋଇ ରୋଗୀଙ୍କ ମୃତ୍ୟୁ; ଅଳ୍ପକେ ବର୍ତ୍ତିଲେ ନାତି ଓ ବୋହୂ ।

Leave a Reply