ସମ୍ବଲପୁର ଗୋଳଗୁଣ୍ଡା ନିକଟରେ ଓଲଟିଲା ଏକ ଯାତ୍ରୀବାହୀ ବସ୍‌; କଣ୍ଡକ୍ଟର୍ ସହ କିଛି ଯାତ୍ରୀ ଆହତ ।

ସମ୍ବଲପୁର ଗୋଳଗୁଣ୍ଡା ଓଭରବ୍ରିଜ୍‌ ନିକଟରେ ଓଲଟିଲା ଏକ ଯାତ୍ରୀବାହୀ ବସ୍‌ । ଶନିବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଦକ୍ଷିଣକାଳୀ ଫୁଲବାଣୀ ଆସି ବୁର୍ଲା ଦେଇ ରେଢାଖୋଲ ଏବଂ ପରେ ଫୁଲବାଣୀ ଦେଇ ଫେରୁଥିଲା ବେଳେ ସମ୍ବଲପୁର ବୁର୍ଲା ଗୋଳଗୁଣ୍ଡା ଓଭରବ୍ରିଜ୍‌ ନିକଟରେ ଏକ ଟ୍ରକ୍‌ ଆସି ପଛରୁ ଧକ୍କା ଦେଇଥିଲା। ଯାହାଫଳରେ ବସ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

ଖବର ଅନୁଯାୟୀ, ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କିଛି ଯାତ୍ରୀ ଆହତ ହୋଇଥିବା ସହ ବସ୍ କଣ୍ଡକ୍ଟର୍ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial