୭୯ତମ ସ୍ୱାଧିନତା ଦିବସ ପାଳନ ନେଇ ରାଜ୍ୟ ସରକାରଙ୍କ ଫୋକସରେ ମହାତ୍ମାଗାନ୍ଧୀ ମାର୍ଗର ରାଜ୍ୟସ୍ତରୀୟ ସମାରୋହ ।

ଆସନ୍ତାକାଲି ସ୍ୱାଧିନତା ଦିବସ । ଚଳଚଞ୍ଚଳ ହେବ ଲୋୟର ପିଏମଜି । ପରେଡ କମାଣ୍ଡରଙ୍କ କମାଣ୍ଡିଂରେ ଫାଟି ପଡ଼ିବ ମହାତ୍ମା ଗାନ୍ଧୀ ମାର୍ଗ । ପୋଲିସ ବ୍ୟାଣ୍ଡର ଧୂନରେ ପ୍ରକମ୍ପିତ ହେବ ପିଏମଜି ଠାରୁ ମାଷ୍ଟରକ୍ୟାଣ୍ଟିନ । ଉତ୍ସବମୁଖର ହେବ ମହାତ୍ମାଗାନ୍ଧୀ ମାର୍ଗ । ୭୯ତମ ସ୍ୱାଧିନତା ଦିବସ ପାଳନ ନେଇ ରାଜ୍ୟ ସରକାରଙ୍କ ଫୋକସରେ ମହାତ୍ମାଗାନ୍ଧୀ ମାର୍ଗର ରାଜ୍ୟସ୍ତରୀୟ ସମାରୋହ । ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରେ ରହିବ ସଭିଙ୍କ ନଜର । ତେବେ 2022 ବ୍ୟାଚର IPS ଅନନ୍ୟା ଅୱସ୍ତି ପରେଡ କମାଣ୍ଡାଣ୍ଟ ଭାବେ ଦାୟିତ୍ୱ ତୁଲାଇବେ । ଏନେଇ ସେ କହିଛନ୍ତି, ‘ଏହା ଏକ ନୂଆ ଅନୁଭୂତି ରହିବ । କାରଣ ଟ୍ରେନିଂ ସମୟରେ ଯେଉଁ ତାଲିମ ନେଇଥିଲେ ତାର କୌଶଳ ପ୍ରଦର୍ଶନ କରିବି ।’

ଏଥର ମୁଖ୍ୟ ଅତିଥି ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ । ସାରା ରାଜ୍ୟର ନଜର ପରେଡ ଗ୍ରାଉଣ୍ଡ ଉପରେ ରହିଥିବା ବେଳେ ଉପସ୍ଥିତ ରହିବେ ଅନେକ ନିମନ୍ତ୍ରିତ ଅତିଥି ଭିଆଇପି ଓ ଭିଭିଆଇପି ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଫିସର ତା ସହିତ ନେତା ଓ ଉପସ୍ଥିତ ସାଧାରଣ ଦର୍ଶକ । ପରେଡ ପରିବେଷଣ ସହ ରାଜ୍ୟସ୍ତରୀୟ ସମାରୋହର ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ରହିବ ରାଜ୍ୟବାସୀଙ୍କ ନଜର । ଦେଢ ବର୍ଷର ସରକାର କଣ ରହିବ ଆଗାମୀ ଭିଜନ କେଉଁ ବର୍ଗ ପ୍ରତି କିଭଳି ଦିଆଯାଉଛି ଧ୍ୟାନ । ବିଗତ ଦେଢ଼ ବର୍ଷ ମଧ୍ୟରେ କଣ ପଦକ୍ଷେପ ନିଆଯାଇଛି ସେନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ପାଇଁ ରାଜ୍ୟବାସୀଙ୍କ ରାଜ୍ୟସ୍ତରୀୟ ସମାରୋହ ଉପରେ ରହିବ ନଜର ।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ସମେତ ଗାନ୍ଧୀମାର୍ଗର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ସହରରେ ନାଇଟ୍‌ ବ୍ଲକିଂ ଓ ଚେକିଂ ଜୋରଦାର ହେଉଥିବା ବେଳେ ପରେଡ ଗ୍ରାଉଣ୍ଡର ପରିସରରେ ନୋ ଫ୍ଲାଇଙ୍ଗ ଜୋନ ମଧ୍ୟ ଘୋଷଣା ହୋଇଛି । ତା ସହିତ ବନ୍ଧୁକଧାରୀ ଜବାନଙ୍କ ସହ ଡଗସ୍କ୍ୱାଡ ଓ ବମସ୍କ୍ୱାଡକୁ ମିଶାଇ ଅଗ୍ନିଶମ ଟିମ୍ ମଧ୍ୟ ଉପସ୍ଥିତ ରହିବେ‌ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial