ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ, ଧାଡ଼ି ପହଣ୍ଡିରେ ପ୍ରଥମେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ ।

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଛି । ଧାଡ଼ି ପହଣ୍ଡିରେ ପ୍ରଥମେ ଆସୁଛନ୍ତି ଚକ୍ରରାଜ ସୁଦର୍ଶନ । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ରଥାରୂଢ଼ ହେବେ ସୁଦର୍ଶନ ଠାକୁର । ତାପରେ ପରେ ପହଣ୍ଡି ବିଜେ କରିବେ ତିନି ଠାକୁର । ମହାପ୍ରଭୁଙ୍କୁ ବାହି ନେବାକୁ ସିଂହଦ୍ୱାର ଆଗରେ ଅପେକ୍ଷା କରି ରହିଛନ୍ତି ୩ ରଥ । ଆଉ କିଛି ଘଣ୍ଟାର ଅପେକ୍ଷା । ରଥ ଉପରେ ଦର୍ଶନ ଦେବେ ବ୍ରହ୍ମାଣ୍ଡ ଗୋସାଇଁ । ବିନା ବାଧାରେ ଦର୍ଶନ କରିବେ ଭକ୍ତ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial