ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ଘଟିଛି ଏକ ଅଭାବନୀୟ ଘଟଣା। ବଜ୍ରପାତରେ ଜୀବନ ହାରିଛନ୍ତି ଜଣେ ବ୍ୟକ୍ତି। ଶୁକ୍ରବାର ବଜ୍ରପାତରେ ଚାନ୍ଦପୁର ପଞ୍ଚାୟତ ହରିପୁର ଗ୍ରାମର ଶିବ ପାଇକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଶିବ ଓ ଅନ୍ୟ ତିନିଜଣ ବନ୍ଧୁ ଛେଳି ଚରେଇବା ପାଇଁ ଯାଇ ମଧ୍ୟାହ୍ନରେ ରୋଷଇ କରି ଏକ ଗଛ ମୂଳେ ଖାଇବା ପାଇଁ ବସିବା ସମୟରେ ହଟାତ ବଜ୍ରପାତ ହୋଇଥିଲା। ଫଳ ରେ ଶିବଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ଓ ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଖଇର ପଙ୍କ ଗ୍ରାମର ଡିଲି କନିଆରୀ, ଚାନ୍ଦପୁର ପଞ୍ଚାୟତ ବେଲପନ୍ଥି ଗ୍ରାମର ମଳି ଗୌଡ଼, ବାତରଡା ଗ୍ରାମର ଗଣପତି ନାଇକ ତିନିଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ 108 ସାହାଯ୍ୟରେ ବୋମକେଇ ଓ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଉପେନ୍ଦ୍ର ସେଠି, ସମିତି ସଭ୍ୟ ଅକ୍ଷୟ କୁମାର ସେଠି, ଦିଗପହଣ୍ଡି ତହସିଲଦାର ନିରଞ୍ଜନ ସାହୁ ଓ ନୂଆପଡା ରାଜସ୍ୱ ନିରୀକ୍ଷକ ଦେବରାଜ ନାଇକ ପ୍ରମୁଖ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣେଇବା ସହ ଆହତଙ୍କ ଚିକିତ୍ସାରେ ସହଯୋଗ କରିଛନ୍ତି।
ଗଞ୍ଜାମ ଜିଲ୍ଲା ବଜ୍ରପାତରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ, ତିନି ଗୁରୁତର।

Leave a Reply