ଆଜି ଦେବଗଡ଼ ଜ଼ିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ପକ୍ଷ ଆନନ୍ଦ ଉତ୍ସାହର ସହିତ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଦିବସ ଏପ୍ରିଲ ୧ ତାରିଖ ଠାରୁ ମହାବିଷୁବ ସଂକ୍ରାନ୍ତି ୧୪ ଏପ୍ରିଲ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ ପକ୍ଷ ହିସାବରେ ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ଜ଼ିଲ୍ଲାରେ ପାଳନ ହେବ। ଜ଼ିଲ୍ଲାପାଳ ଶ୍ରୀ ସାହୁ ସମସ୍ତ ଜ଼ିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନିଜ ନିଜ ଦାୟତ୍ୱ ଅବଗତ କରାଇବା ସହିତ କିପରି ଓଡ଼ିଆ ପକ୍ଷ ଆନନ୍ଦ ର ସହିତ ପାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ । ଏପ୍ରିଲ୧ ତାରିଖ ଓଡିଶା ଦିବସ, ଏପ୍ରିଲ ୨ ତାରିଖ ଖାଦିଛୁଆଁ ଦିବସ, ଏପ୍ରିଲ ୩ ତାରିଖ ପାରମ୍ପାରିକ ପୋଷାକ ପରିଧାନ ତଥା ସମ୍ବଲପୁରୀ ପୋଷାକ ପରିଧାନ ଦିବସ, ଏପ୍ରିଲ ୪ ତାରିଖ ଓଡ଼ିଆରେ ନାମ ଫଳକ ଅଭିଯାନ ଓ ସଚେତନତା ଶୋଭାଯାତ୍ର, ଏପ୍ରିଲ ୫ ତାରିଖ ଐତିହ ଗଣ ଦୌଡ ପ୍ରଧାନପାଟ ସକାଳ ୭ ଘଟିକା ଠାରୁ ଉପ-ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏପ୍ରିଲ ୬ ତାରିଖ ପ୍ରଧାନପାଟ ପର୍ଯ୍ୟଟନ ସ୍ଥଳୀ ସ୍ୱଛତା ଅଭିଯାନ, ଏପ୍ରିଲ ୭ ତାରିଖ ବର୍ଣ୍ଣବୋଧ ବଣ୍ଟନ, ଏପ୍ରିଲ ୮ ତାରିଖ ରକ୍ତଦାନ ଦିବସ, ଏପ୍ରିଲ ୯ ତାରିଖ ଆସ ବହିଟିଏ କିଣିବା ଦିବସ ନୂତନ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ଏପ୍ରିଲ ୧୦ ତାରିଖ ଲୋକ କଳା ଗ୍ରାମ ତିଲେଇବଣି ବ୍ଲକ ଭେରୁବଣୀ ପରିଦର୍ଶନ ଓ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା, ଏପ୍ରିଲ ୧୧ ତାରିଖ ଯୁବ ଲେଖକ ସମ୍ମିଳନୀ କୃଷି ଅଧିକାରୀଙ୍କ ସମ୍ମିଳନୀ କକ୍ଷ, ଏପ୍ରିଲ ୧୨ ତାରିଖ ଓଡ଼ିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଜ଼ିଲ୍ଲାପରିଷଦ ସମ୍ମିଳନୀ କକ୍ଷ, ଏପ୍ରିଲ ୧୩ ତାରିଖ ପାରମ୍ପରିକ ଖାଦ୍ୟ ଦିବସ ପାଳନ ଆମ ରୁଚି ଆମ ଖାଦ୍ୟ ସଂସ୍କୃତି ଭବନ, ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପାଳନ, ହୁଲୁହୁଳି, ଝୋଟି, ଚିତା, ମୁରୁଜ, ପିଠା ପଣା ପ୍ରତିଯୋଗିତା ଟାଉନ ହଲ ଠାରେ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର କରାଯାଇଛି। କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜ଼ିଲ୍ଲାପାଳ ପରକ୍ଷିତ ସାହୁ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ମନୋରଞ୍ଜନ ସୂତାର, ଜ଼ିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ, ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ଲକ୍ଷ୍ମଣ ଅମାତ, ଜ଼ିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ମହନ୍ତ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିୟ ମହାପାତ୍ର, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଆନ୍ତର୍ଜାମୀ ସାହୁ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଜ଼ିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଦେବଗଡ଼ରେ ଅନୁଷ୍ଠିତ ହୋଇଛି ‘ଓଡ଼ିଆ ପକ୍ଷ’ ପାଳନ ପାଇଁ ବୈଠକ।

Leave a Reply