ରାଜ୍ୟରେ ରହିବେନି ଭୂମିହୀନ, ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି ।

ରାଜ୍ୟରେ ରହିବେନି ଭୂମିହୀନ । ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସହିଦ ମିନାର ଠାରେ ସହିଦ ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ । ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା ଜିଲ୍ଲାର ଜମିହୀନଙ୍କୁ ଖୋଜି ପଟ୍ଟା ଯୋଗାଇ ଦେବେ ରାଜସ୍ୱ ବିଭାଗ ।

ଖାଲି ଗରିବ ଭୂମିହୀନ ନୁହେଁ ସ୍କୁଲଗୁଡିକୁ ମଧ୍ୟ ଜମି ପଟ୍ଟା ଯୋଗାଇ ଦିଆଯିବ । ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ପଟ୍ଟା ଦେବେ ତହସିଲଦାର । ଗୋଟିଏ ବର୍ଷ ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୨୨ ହଜାର ଜମି ପଟ୍ଟା ପ୍ରଦାନ କରାଯାଇଛି । ଶିକ୍ଷାନୁଷ୍ଠାନକୁ ଜଙ୍ଗଲ କିସମ ଜମି ମଧ୍ୟ ପଟ୍ଟା କରି ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial