ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ରାଜ୍ୟରେ ଜଳଭଣ୍ଡାର କ୍ଷମତା ଠିକ୍ ଅଛି, ଗତବର୍ଷ ଅପେକ୍ଷା ଭଲ ରହିଛି । ୫୦ରୁ ୭୫% କ୍ଷମତାରେ ୪ଟି ବୃହତ ଜଳ ଭଣ୍ଡାର, ୫୦% ତଳେ ୬ଟି ଜଳଭଣ୍ଡାର । ଜୁଲାଇ ୨୪ରେ ଲଘୁଚାପ ସୃଷ୍ଟି ହେବା ନେଇ IMD ଆକଳନ କରିଛି । ଲଘୁଚାପର ଗତି ଦେଖି ନିଷ୍ପତ୍ତି ନିଆଯିବ, ତଳିଆ ଅଞ୍ଚଳ ପାଣି କମୁଛି । ଆଜି ପ୍ରବଳ ବର୍ଷା ପାଇଁ ୨ ଜିଲ୍ଲା ମାଲକାନଗିରି ଏବଂ କୋରାପୁଟକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ କଟକ ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଦେଇଛି ପାଣିପାଗ ବିଭାଗ। ୨୪ରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଜଳଭଣ୍ଡାର କ୍ଷମତା ଠିକ୍ ଅଛି; ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

Leave a Reply