ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ମେଡିକାଲ ଅଧକ୍ଷକ ଭାବେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ସଞ୍ଜୟ କୁମାର ମହାନ୍ତି ଯୋଗ ଦେଇଛନ୍ତି l ଭାରପ୍ରାପ୍ତ ଅଧକ୍ଷକ ଡାକ୍ତର ରମାକାନ୍ତ ନାୟକଙ୍କ ଠାରୁ ସେ ନୂତନ ଦାଇତ୍ୱ ଗ୍ରହଣ କରିଛନ୍ତି l ଡାକ୍ତର ଶ୍ରୀମହାନ୍ତି ଏହା ପୁର୍ବରୁ କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଅଧକ୍ଷକ ଭାବେ କାର୍ଯ୍ୟ କରିଥିଲେ l ତେବେ ଏହି ଅବସରରେ ନୂତନ ମେଡିକାଲ ଅଧକ୍ଷକଙ୍କୁ ବାଣପୁର ମେଡିକାଲର ସମସ୍ତ କର୍ମଚାରୀ, ସ୍ଥାନୀୟ ସାମ୍ବାଦିକ, ବୁଦ୍ଧିଜୀବୀ ଏବଂ ରାଜନେତା ଆଦି ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅନ୍ୟତମ ବୃହତ୍ତମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ଏହା ଅଧୀନରେ ଥିବା ଦୁଇ ଗୋଟି ଆଦିବାସୀ ବହୁଳ ପଞ୍ଚାୟତବାସୀ ମଧ୍ୟ ଏହା ଉପରେ ନିର୍ଭରଶୀଳ l ଏହି ପରିପ୍ରେକ୍ଷୀରେ ମେଡିକାଲରେ ଡାକ୍ତର ନିଯୁକ୍ତି, ଉନ୍ନତମାନର ପରୀକ୍ଷା ଯନ୍ତ୍ରପାତି ପ୍ରତିଷ୍ଠା, ନୂତନ ମେଡିକାଲ କ୍ୟାମ୍ପସ କାର୍ଯ୍ୟକ୍ଷମ ଆଦି ଏକାଧିକ ଚ୍ୟାଲେଞ୍ଜ ନୂତନ ମେଡିକାଲ ଅଧିକ୍ଷକଙ୍କ ପାଇଁ ରହିଥିବା ବେଳେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏବଂ ଜନସାଧାରଣଙ୍କ ସହମତିରେ ସମସ୍ତ ଉନ୍ନୟନ କାର୍ଯ୍ୟ କରିବେ ବୋଲି ନୂତନ ଅଧିକ୍ଷକଙ୍କ ଡାକ୍ତର ଶ୍ରୀ ମହାନ୍ତି କହିଛନ୍ତି l
ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଅଧକ୍ଷକ ଭାବେ ଯୋଗ ଦେଲେ: ଡାକ୍ତର ସଞ୍ଜୟ କୁମାର ମହାନ୍ତି

Leave a Reply