ଆଜି ମିଳିବ ନୂଆ ରାସନ କାର୍ଡ; ପୁରୀରେ ପ୍ରଥମ ପର୍ଯ୍ୟାୟ ରାସନ କାର୍ଡ ବଣ୍ଟିବେ ମୁଖ୍ୟମନ୍ତ୍ରୀ ।

ଆଜି ମିଳିବ ନୂଆ ରାସନ କାର୍ଡ। ନୂଆ ରାସନ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ୫ଲକ୍ଷ ୯୦ହଜାର ହିତାଧିକାରୀ ପାଇବେ ନୂଆ ରାସନ କାର୍ଡ। ଆଜି ପ୍ରଥମ ପର୍ଯ୍ୟାୟ ରାସନ କାର୍ଡ ପୁରୀରେ ବଣ୍ଟନ କରାଯିବ।

ପୁରୀଠାରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ଏହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରିବେ। ତା’ସହ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଅନ୍ୟାନ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial