ଟେଲିଭିଜିନ ଦୁନିଆର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ହିନା ଖାନ୍ ବେଶ ପରିଚିତ। ତେବେ ଏହା କାହାକୁ ଅଜଣା ନାହିଁ ଯେ, ହିନା କିଛିଦିନ ତଳେ ସ୍ତନ କର୍କଟ ଭଳି ରୋଗ ସହ ଲଢେଇ କରୁଥିଲେ। ପୁରା ସୁସ୍ଥ ନହେଲେ ମଧ୍ୟ ବର୍ତ୍ତମାନ ସେ ତୃତୀୟ ପର୍ଯ୍ୟାୟର ଯନ୍ତ୍ରଣା ଦେଇ ଗତି କରୁଛନ୍ତି। କିନ୍ତୁ ଏହି ପରିସ୍ଥିତିରେ ମଧ୍ୟ ତାଙ୍କର ଆକର୍ଷଣ କମି ନାହିଁ। ମୁମ୍ବାଇରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗଦେଇ ନିଜର ସାହାସ ଏବଂ ସୁନ୍ଦରତାର ନୂଆ ପରିଚୟ ସୃଷ୍ଟି କରିଛନ୍ତି ହିନା। ପ୍ରଥମ ଥର ପାଇଁ ୱିଗ୍ ନପିନ୍ଧି ରେଡ୍ କାର୍ପେଟରେ ପୋଜ୍ ଦେଉଥିବାର ନଜର ଆସିଛନ୍ତି ହିନା। ହିନା ରେଡ୍ କାର୍ପେଟରେ ଏଣ୍ଟ୍ରୀ କରିବା ମାତ୍ରେ ସମସ୍ତଙ୍କ ଆଖି ତାଙ୍କ ଉପରେ ଅଟକି ଯାଇଥିଲା। ବ୍ଲାକ୍ ଥାଇ ହାଇ ସ୍ଲିଟ୍ ଡ୍ରେସ ସହ ପାଦରେ କଳା ଜୋତାକୁ ବୋଲ୍ଡ ଲୁକ୍ ହିନାଙ୍କ ସୌର୍ନ୍ଦଯ୍ୟକୁ ଦ୍ୱିଗୁଣିତ କରୁଛି। ସେଠାରୁ ତାଙ୍କର ଫଟୋ ଇଣ୍ଟର୍ନେଟ୍ରେ ବେଶ୍ ଭାଇରାଲ୍ ହେଉଛି। ଏଠି ଅଭିନେତ୍ରୀ ନିଜ ଅସଲି ରୂପରେ ବହୁତ ସୁନ୍ଦର ଏବଂ ଗ୍ଲାମରସ୍ ଦେଖାଯାଉଛନ୍ତି।
ହିନାଙ୍କ ନୂଆ ବୋଲ୍ଡ ଲୁକ୍; ଇଣ୍ଟର୍ନେଟ୍ରେ ଭାଇରାଲ୍ ହେଉଛି ଫଟୋ

Leave a Reply