ଅଷ୍ଟ୍ରେଲିଆରେ ମେଲବର୍ଣ୍ଣରେ ଏକ କନ୍ସର୍ଟରେ କାନ୍ଦିଲେ ଭାରତୀୟ ଗାୟିକା ନେହା କକ୍କର। ବିଳମ୍ବରେ ଆସିବା ଯୋଗୁଁ କାନ୍ଦିଲେ ନେହା। ଗାୟିକା ନେହା କକ୍କରଙ୍କ ସେହି କାନ୍ଦୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମେଲବର୍ଣ୍ଣରେ ଏକ କନସର୍ଟ ଯେଉଁଠାରେ ନେହା ଲାଇଭ୍ ପରଫର୍ମାନ୍ସ ଦେଇଥିଲେ। ହେଲେ ନେହା ତାଙ୍କ ସୋ ପାଇଁ ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ, ଯାହା ଫଳରେ ଦର୍ଶକ ନେହାଙ୍କ ଉପରେ ରାଗିଯାଇ ଫେରିଯିବାକୁ କହିଥିଲେ। ନେହା କକ୍କର ୩ ଘଣ୍ଟା ବିଳମ୍ବରେ ପହଞ୍ଚିବା ପରେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଥିବା କିଛି ଲୋକ ତାଙ୍କୁ ସମାଲୋଚନା କରି କହିଥିଲେ, ଏହା ଭାରତ ନୁହେଁ କି ଆପଣଙ୍କର ଆଇଜିଟି ସୋ’ ନୁହେଁ । ଯଦିଓ ନେହା ନିଜ ଭୁଲ ପାଇଁ ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ, କିନ୍ତୁ ତାଙ୍କୁ ବିରୋଧ କରିବା ପରେ ସେ ମଞ୍ଚରେ କାନ୍ଦିବା ଆରମ୍ଭ କରିଥିଲେ। ଷ୍ଟେଜରେ ନେହା କହିଥିଲେ, ଯେ ସେ ଆଜି ସନ୍ଧ୍ୟାକୁ କେବେବି ଭୁଲି ପାରିବେ ନାହିଁ। ଆପଣମାନେ ଏତେ ସମୟ ଧରି ଅପେକ୍ଷା କରିଛନ୍ତି , ମୁଁ ମୋ ଜୀବନରେ କାହାକୁ ଅପେକ୍ଷା କରିବାକୁ ବାଧ୍ୟ କରିନାହିଁ ,ମୁଁ ବହୁତ ଦୁଃଖିତ। ତେବେ ନେହା ନିଜ ଇନଷ୍ଟାଗ୍ରାମରେ ଏହି କନ୍ସର୍ଟ ସହ ଜଡିତ କିଛି ଫଟୋ ସେୟାର କରି କ୍ୟାପ୍ସନ୍ରେ ଲେଖିଛନ୍ତି ଯେ, ସିଡ୍ନୀ ଏବଂ ମେଲବୋର୍ଣ୍ଣର ଚମତ୍କାର ରାତି ପାଇଁ ଧନ୍ୟବାଦ।
ଲାଇଭ୍ କନ୍ସର୍ଟରେ କାନ୍ଦିଲେ ଭାରତୀୟ ଗାୟିକା; ନେହା କକ୍କର

Leave a Reply