ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ; ଏକ୍ସରେ ପୋଷ୍ଟ କରି ସୂଚନା ଦେଲେ ନିଜେ ନବୀନ ।

ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜୁନ ୨୨ ତାରିଖରେ ମୁମ୍ୱାଇ ଯିବେ ନବୀନ । କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ହେବେ ଚିକିତ୍ସିତ । ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ନେଇ ହେବେ ଚିକିତ୍ସିତ । ଡାକ୍ତର ଉମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ହେବ ଚିକିତ୍ସା । ଏନେଇ ନିଜେ ସୋସିଆଲମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ବର୍ତ୍ତମାନ ୭୮ ବର୍ଷ । ଅନେକ ସମୟରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚର୍ଚ୍ଚା ହୋଇଥାଏ । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପରାଜିତ ହେବା ପରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ ବର୍ଷର ସରକାର ଭାଙ୍ଗି ଯାଇଥିଲା । ଦଳ ପରାଜୟ ହେବା ପରେ ଦଳୀୟ ନେତାଙ୍କୁ ନେଇ ନବୀନ ଅନେକ ବୈଠକ କରିଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଯାହା ସେ ସୁସ୍ଥ ଥିବା ଦର୍ଶାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial